ବାରିପଦା: ମାଛ ଧରିବା ହେଲା କାଳ । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମହୁପୁରା ନିକଟସ୍ଥ ବୁଢ଼ାବଳଙ୍କ ନଦୀରେ ମାଛ ଧରୁଥିବା ବେଳେ ଯୁବକ ନିଖୋଜ । ଅଗ୍ନିଶମ ବିଭାଗ ନଦୀରେ ଯୁବକକୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଏଯାଏଁ ପତ୍ତା ମିଳିନି ।
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମହୁପୁରା ନିକଟସ୍ଥ ବୁଢ଼ାବଳଙ୍ଗ ନଦୀରେ ମାଛ ଧରୁଥିବା ବେଳେ ଜଣେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ ନିଖୋଜ ହୋଇଥିବା ବ୍ୟକ୍ତି ଜଣଙ୍କ ମହୁପୁରା ଗାଁର ରମାକାନ୍ତ ମହାନ୍ତ ବୋଲି ଜଣାପଡିଛି । ଅମ୍ପାନ ପାଇଁ ବୁଢାବଳଙ୍କ ନଦୀରେ ପାଣି ବଢିଥିବା ବେଳେ ଯୁବକ ଜଣଙ୍କ ଗଭୀର ନଦୀ ଭିତରେ ମାଛ ଧରୁଥିବା ବେଳେ ନିଖୋଜ ହୋଇଥିବା ଜଣାପଡିଛି ।
ତେବେ ଯୁବକ ଜଣଙ୍କ ନଦୀରେ ନିଖୋଜ ହେବା ପରେ ସ୍ଥାନୀୟ ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ବଡ଼ସାହି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ନିଖୋଜ ରମାକାନ୍ତଙ୍କର କୌଣସି ପତ୍ତା ମିଳିନାହିଁ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ