ETV Bharat / state

ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ ଘଟଣା: ଗ୍ରାମବାସୀଙ୍କ କ୍ଷତିପୂରଣ ଦାବି

ଶୁକ୍ରବାର ରାତିରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଳି ନାଏକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣାରେ ଗ୍ରାମବାସୀ ଓ ମୃତକଙ୍କ ପରିବାର ମିଶି ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jun 9, 2019, 1:31 AM IST

ରାଇରଙ୍ଗପୁର: ଯଶିପୁର ଥାନା ଅଧୀନରେ ଥିବା ହାତିମୁଣ୍ଡି ଗ୍ରାମରେ ଶୁକ୍ରବାର ରାତିରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଳି ନାଏକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଗ୍ରାମବାସୀ ଓ ମୃତକଙ୍କ ପରିବାର ମିଶି କ୍ଷତିପୂରଣ ଦାବିରେ ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଶନିବାର ବାଳିଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା । ଏହାପରେ ଗ୍ରାମବାସୀମାନେ ରାସ୍ତା ଉପରେ ତାଙ୍କ ମୃତଦେହ ରଖି ଅବରୋଧ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ । ଗ୍ରାମ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାରକୁ ଯଥାଶୀଘ୍ର ସ୍ଥାନାନ୍ତରଣ କରିବା, ଏଭଳି ଘଟଣା ଘଟିଥିବା ଜାଗାରୁ ବିଦ୍ୟୁତ୍ ଖୁଣ୍ଟ ହଟାଇବା ସହିତ ସମସ୍ତ ବିଦ୍ୟୁତ୍ ଖୁଣ୍ଟମାନଙ୍କରେ ଇନସୁଲେଟର ଲଗାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଏହା ସହିତ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.