ETV Bharat / state

ବନ୍ଧା ହେଲା ୪୨୦ ଠକ: ବିୟୁଟିପାର୍ଲର ନାଁରେ ଗ୍ରାହକଙ୍କୁ ଲଗାଉଥିଲା ଚୂନ - ବାଲେଶ୍ବରରୁ ଠକ ଗିରଫ

ବାଲେଶ୍ବରରୁ ଠକ ଗିରଫ । ବିୟୁଟିପାର୍ଲର ଆଳରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକିଥିଲା । ଅଧିକ ପଢନ୍ତୁ

ବନ୍ଧା ହେଲା ୪୨୦ ଠକ: ବ୍ୟୁଟିପାଲର ନାଁରେ ଗ୍ରାହକଙ୍କୁ ଲଗାଉଥିଲା ଚୂନ

author img

By

Published : Jan 23, 2022, 8:36 AM IST

ବାରିପଦା: ପୋଲିସ ହାବୁଡରେ ପଡିଲା ୪୨୦ ଠକ । ରୂପସଜ୍ଜା ସାମଗ୍ରୀ ବିକ୍ରୟ ସଂସ୍ଥା ଖୋଲି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକିଥିଲା । ଗିରଫ ଅଭିଯୁକ୍ତ ହେଲା ବୈଶିଙ୍ଗା ଅଞ୍ଚଳର ଚୁନଝୁନ ଓରଫ୍ ସୀତାକାନ୍ତ ମହାପାତ୍ର । ବର୍ଷକରେ ଦୁଇଗୁଣ ପଇସା ଦେବ କହି ଗ୍ରାହକଙ୍କୁ ଭୁଆଁ ବୁଲାଇବା ସହ ଟଙ୍କା ବି ଚଳୁ କରୁଥିଲା ।

ବନ୍ଧା ହେଲା ୪୨୦ ଠକ: ବ୍ୟୁଟିପାଲର ନାଁରେ ଗ୍ରାହକଙ୍କୁ ଲଗାଉଥିଲା ଚୂନ

ସୂଚନା ମୁତାବକ, ବୈଶିଙ୍ଗା ଅଞ୍ଚଳର ଚୁନଝୁନ ଓରଫ୍ ସୀତାକାନ୍ତ ମହାପାତ୍ର(୪୬) ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବିୟୁଟିପାର୍ଲରକୁ ରୂପସଜ୍ଜା ସାମଗ୍ରୀ ଯୋଗାଉଥିଲା । କିଛି ଦିନ ପରେ ସମସ୍ତଙ୍କ ବିଶ୍ବାସ ଜିଣିବା ପରେ ନିଜେ ଏକ ରୂପସଜ୍ଜା ସାମଗ୍ରୀ ବିକ୍ରୟ ସଂସ୍ଥା ଖୋଲିଥିଲା । ପରେ ନିଜକୁ ଏଜେଣ୍ଟ ସଜାଇ ରୂପସଜ୍ଜା ସାମଗ୍ରୀ ନେବାକୁ ଆସୁଥିବା ପାର୍ଲର ମାଲିକାଣୀ ଯେତେ ଟଙ୍କା ଜମା କରିବେ ୧୨ମାସରେ ତାହା ୨ଗୁଣ ହେବ ବୋଲି ଲୋଭ ଦେଖାଉଥିଲା ଏହି ଠକ । ପ୍ରଥମ ଦୁଇଟି କିସ୍ତିର ଲାଭ ଅର୍ଥ ଠିକ୍ ସମୟରେ ସମସ୍ତଙ୍କୁ ଦେଇ ବିଶ୍ବାସ ଜିଣିଥିଲା । କିନ୍ତୁ ପରବର୍ତ୍ତୀ କିସ୍ତି ଦେବାର ନାଁ ଗନ୍ଧ ଧରିଲା ନାହିଁ।

ପରବର୍ତ୍ତୀ ସମୟରେ ଟଙ୍କା ନ ପାଇବାରୁ ସମସ୍ତେ ଚିଟଫଣ୍ଡ ଭଳି ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ମାଲିକାଣି ମୂଳଟଙ୍କା ଫେରି ନ ପାଇବାରୁ ଟାଉନ ଥାନାର ଆଶ୍ରୟ ନେଇଥିଲେ । ବାରିପଦା ଲାଲବଜାରର ସିଲା ମହାନ୍ତି ନାମକ ଜଣେ ବିୟୁଟିପାର୍ଲର ମାଲିକାଣୀ ୧୨ଲକ୍ଷ ଟଙ୍କା ନେଇଥିବା ବେଳେ ୨୪ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ କରିଥିଲେ । ଏନେଇ ବାରିପଦା ଟାଉନ୍ ପୋଲିସ ଗତ ୯ ତାରିଖରେ ଏକ ମାମଲା ୨୩/୨୨ ରୁଜୁ କରି ତଦନ୍ତ ଜାରି ରଖିଥିଲା।

ବାରିପଦା ଟାଉନ ଥାନା ପୋଲିସ ଓ ବାଲେଶ୍ବର ଥାନା ପୋଲିସର ମିଳିତ ସହଯୋଗରେ ଶୁକ୍ରବାର ବାଲେଶ୍ବର ରେସିଡେନସିଆଲ୍ କଲୋନୀରୁ ସୀତାକାନ୍ତ ମହାପାତ୍ରକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.