ETV Bharat / state

ଅଶ୍ଲୀଳ ଭିଡିଓ କରିବା ପଡିଲା ମହଙ୍ଗା, ବାନ୍ଧିନେଲେ ମାମୁ - ନାବାଳିକା

ଘର ପଛପଟେ ଲୁଚି ନାବାଳିକାଙ୍କ ଗାଧୋଇବାର ଭିଡିଓ କରି ଯୁବକ ଗିରଫ । ବାରିପଦା ପୁରୁଣା ହାଟସାହିର ଘଟିଛି ଏହି ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ
author img

By

Published : Aug 13, 2019, 10:53 PM IST

ବାରିପଦା: ଘର ପଛ ପଟେ ଲୁଚି ଅଶ୍ଳୀଳ ଭିଡିଓ କରୁଥିବା ବେଳେ ଧରାପଡିଲା ଯୁବକ । ବାରିପଦା ଝରପୋଖରିଆ ଥାନା ବମ୍ବେଛକରେ ଘଟିଛି ଏଭଳି ଘଟଣା । ପୁରୁଣା ହାଟସାହିର ଅବଦୁଲ ଦାମାଦଙ୍କ ଝିଅ ବାଥରୁମରେ ଗାଧୋଉଥିବା ବେଳେ ଅଶ୍ଲୀଳ ଚିତ୍ର ଉତ୍ତୋଳନ କରୁଥିଲା ଏହି ଯୁବକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

ଅଭିଯୁକ୍ତ ହେଲେ ସୋନୁ ପାତ୍ର । ସେ ସ୍ଥାନୀୟ ଅଞ୍ଚଳରେ ଭଡା ଘରେ ରହି ଲେବର ଭାବେ କାମ କରେ । ସୋମବାର ରାତିରେ ସୋନୁ ଭିଡିଓ କରୁଥିବା ବେଳେ ଅବଦୁଲଙ୍କ ନାବାଳିକା ଝିଅ ପାଟି କରିଥିଲେ । ଫଳରେ ସ୍ଥାନୀୟ ଲୋକେ ସୋନୁଙ୍କୁ ଧରି ନେଇଥିଲେ ।

ଗାଁ ଲୋକ ମିଶି ତାଙ୍କୁ ନିର୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ । ଏମିତି ହଜାରେରୁ ଅଧିକ ଅଶ୍ଳୀଳ ଭିଡିଓ କରିଥିବା ତା' ମୋବାଇଲରୁ ଜଣାପଡ଼ିଛି । ଏନେଇ ବାରିପଦା ଟାଉନ ଥାନାରେ ନାବାଳିକାଙ୍କ ବାପା ଅଭିଯୋଗ କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ବାରିପଦା ସହରରେ ଘର ପଛ ପଟେ ଲୁଚି ଅଶ୍ଳିଳ ଭିଡିଓ କରୁଥିବା ବେଳେ ଝରପୋଖରିଆ ଥାନା ବମ୍ବେଛକର ଜଣେ ଯୁବକକୁ ଆଜି ସ୍ଥାନୀୟ ଲୋକେ ଧରିଛନ୍ତି। ମହିଳାମାନେ ଗାଧୋଉଥିବାବେଳେ ଅଭିଯୁକ୍ତ ଜଣଙ୍କ ଏମିତି ହଜାରେରୁ ଅଧିକ ଅଶ୍ଳିଳ ଭିଡିଓ କରିଥିବା ତା' ମୋବାଇଲ୍‌ରୂ ଜଣାପଡ଼ିଛି। ଅଭିଯୁକ୍ତକୁ ଧରିବା ପରେ ସ୍ଥାନୀୟ ଲୋକେ ଉତ୍ତମ ମଧ୍ଯମ ଦେବା ପରେ ସତ ମାନିଥିଲା। ଏହାପରେ ବାରିପଦା ଟାଉନ୍‌ ଥାନା ପୂଲିସ୍‌କୁ ଉକ୍ତ ଅଭିଯୁକ୍ତକୁ ଜିମା ଦିଆଯାଇଥିଲା। ଏନେଇ ବାରିପଦା ଟାଉନ ଥାନା ରେ ଅଭିଯୋଗ ହୋଇଥିବା ଜଣାପଡିଛି। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହିତଅଧିକ ପଚରାଉଚାରା କରିଛି। ତେବେ ଅଭିଯୁକ୍ତ ମୋବାଇଲ୍‌ରୂ ଏକାଧିକ ଅଶ୍ଳିଳ ଭିଡିଓ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ବାଇଟ-କୃଷ୍ଣ ପ୍ରସାଦ ପଟନାୟକ-ଏସ ଡି ପି ଓ -ବାରିପଦାConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.