ETV Bharat / state

ପ୍ରଖର ସ୍ରୋତରେ ଭାସି ଯୁବକଙ୍କ ମୃତ୍ୟୁ

author img

By

Published : Aug 22, 2022, 8:05 PM IST

ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଯୁବକ, ଦୁଇ ଦିନ ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୟୂରଭଞ୍ଜ ଜିଲ୍ଲା ଆହ୍ଲାପାଣି ଗ୍ରାମରେ ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ

young man died due to floated in river in mayurbhanj
ପ୍ରଖର ସ୍ରୋତରେ ଭାସି ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର: ନଦୀରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ (young man died due to floated in river in mayurbhanj) । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଆହ୍ଲାପାଣି ଗ୍ରାମରେ ଏଭଳି ଏକ ଦୁଃଖ ଘଟଣା ଘଟିଛି । ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ଦୁଇଜଣ ଯୁବକ ଗୋପିନାଥ ପାତ୍ର ଓ ଦିବାକର ଟୁଡୁ କାମ ସାରି ଫେରୁଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।

ପ୍ରଖର ସ୍ରୋତରେ ଭାସି ଯୁବକଙ୍କ ମୃତ୍ୟୁ

ଏହାମଧ୍ୟ ପଢ଼ନ୍ତୁ: ବୁଢ଼ାବଳଙ୍ଗ ଓ ଜମ୍ଭୀରାରେ ବଢୁଛି ଜଳସ୍ତର, ସଜାଗ ଅଗ୍ନିଶମ କର୍ମଚାରୀ

ସୂଚନା ଅନୁଯାୟୀ, ଉକ୍ତ ଯୁବକ ଦୁଇଜଣ ମଣଦା ଗ୍ରାମରୁ ନିଜ କାମ ସାରି ଆହ୍ଲାପାଣି ଗ୍ରାମକୁ ଫେରୁଥିବା ସମୟରେ କାଶିଦା ବଡଗୁଡା ନଦୀର ପ୍ରଖର ଜଳରେ ଭାସି ଯାଇଥିଲେ । ସୌଭାଗ୍ୟବଶତଃ ଗୋପିନାଥ ପାତ୍ର କୌଣସିମତେ ବର୍ତ୍ତି ଯାଇଥିବା ବେଳେ ଦିବାକର ଟୁଡୁ ନଦୀରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ବିଶୋଇ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅନେକ ଖୋଜାଖୋଜି କରିଥିଲା । ମାତ୍ର ତାଙ୍କର କୌଣସି ପତ୍ତା ମିଳିନଥିଲା । ଘଟଣାର ଦୁଇ ଦିନପରେ ଅନ୍ଧାରଝରୀ ଗାଁ ମୁଣ୍ଡ ନଦୀରେ ଭାସମାନ ଅବସ୍ଥାରେ ଦିବାକର ଟୁଡୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ବିଶୋଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.