ETV Bharat / state

ମୂଷାମରା ଔଷଧ ଖାଇ ଯୁବକ ମୃତ

author img

By

Published : Aug 17, 2021, 3:36 PM IST

ମୟୂରଭଞ୍ଜ ତିରିଂ ଥାନା ଅଞ୍ଚଳରେ ଜଣେ ଯୁବକ ମୂଷାମରା ଔଷଧ ଖାଇବା ପରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ମୂଷାମରା ଔଷଧ ଖାଇ ଯୁବକ ମୃତ
ମୂଷାମରା ଔଷଧ ଖାଇ ଯୁବକ ମୃତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧୀନ ଝରାଡିହି ଫାଣ୍ଡି ଅନ୍ତର୍ଗତ ଆମଳାଗୋଡା ଗ୍ରାମର ଜନୈକ ଯୁବକ ମୂଷାମରା ଔଷଧ ସହିତ ଦିଆସିଲି କାଠିର ବାରୁଦ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘରୋଇ କଳହକୁ କେନ୍ଦ୍ର କରି ଯୁବକ ଏଭଳି ଉଦ୍ୟମ କରିଥିବା ଜଣାପଡ଼ିଛି । ତେବେ ତାଙ୍କର ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ମୂଷାମରା ଔଷଧ ଖାଇ ଯୁବକ ମୃତ

ଯଶିପୁର ଗ୍ରାମ ପଞ୍ଚାୟତ ସାପଘରା ଗ୍ରାମର ପଡାଗ୍ରାମ ଆମଲାଗୋଡା ଗ୍ରାମର ନାରାନ ମୂର୍ମୂଙ୍କ ପୁଅ ବାହାଦୁର ମୂର୍ମୂ(୨୫) ମାଆ ଓ ସ୍ତ୍ରୀଙ୍କ ସହ ରହୁଥିଲେ । ତେବେ ଧାନ କ୍ଷେତରେ ସାର ବୁଣିବାକୁ ନ ଯିବାରୁ ତାଙ୍କୁ ଗାଳିଗୁଲଜ କରିବାକୁ ନେଇ ଘରେ ଏକୁଟିଆ ଥିବା ବେଳେ ମୂଷାମରା ଔଷଧ ଏବଂ ଦିଆସିଲି କାଠିର ବାରୁଦ ଖାଇ ଦେଇଥିଲେ । ପରେ ଏହା ଜାଣିପାରି ଗୁରୁତର ଅବସ୍ଥାରେ ପରିବାର ଲୋକେ ଝରାଡିହି ସ୍ବାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ନେଇଥିଲେ।

ତେବେ ଗୁରୁତର ବାହାଦୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ଦୁଃଖବନ୍ଧୁ ନାୟକ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ । ଏନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣା ଅଧିକ ତଦନ୍ତ ଜାରି ରଖିଛି ତିରିଂ ଥାନା ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.