ରାଇରଙ୍ଗପୁର: କୋରୋନାର ଦ୍ବିତୀୟ ଲହରରେ ରାଇରଙ୍ଗପୁରରୁ 26 ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରେ 16 ଜଣ କଏଦୀ ଥିବା ଜଣାପଡିଛି । ଅନ୍ୟ 10 ଜଣ ସ୍ଥାନୀୟ ଅଞ୍ଚଳର ।
ରାଜ୍ୟରେ ଭୟଙ୍କର ହେଉଛି ଦ୍ବିତୀୟ ଲହରୀ । ସଂକ୍ରମଣ ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ କୋରୋନା ଟେଷ୍ଟ କରାଯାଇଥିବା ବେଳେ ଶୁକ୍ରବାର 26 ଜଣ ପଜିଟିଭ ବାହାରିଛନ୍ତି । ସମସ୍ତ କଏଦୀ ଆକ୍ରାନ୍ତଙ୍କୁ ଜେଲ ଭିତରେ ଆଇସୋଲେସନରେ ରଖା ଯାଇଥିବା ବେଳେ ସେମାନଙ୍କୁ କେଉଁଠି ସ୍ଥାନାନ୍ତର କରାଯିବ ସେନେଇ ଉଚ୍ଚ ଅଧିକାରୀଙ୍କ ସହିତ ବୈଠକ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ