ETV Bharat / state

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ତଲକବାଦି ଗ୍ରାମରେ ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗୁଳିମାଡ ହୋଇଛି। ଏଥିରେ ମହିଳା ଜଣକ ଗୁରୁତର ହୋଇଛନ୍ତି ।

author img

By

Published : Dec 9, 2019, 12:25 AM IST

black magic in rairangpur
ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ

ରାଇରଙ୍ଗପୁର: ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ତଲକବାଦି ଗ୍ରାମରେ । ଏଥିରେ ମହିଳା ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ହେଲେ ତଲକବାଦି ଗ୍ରାମର ମଇନ ହେମ୍ବ୍ରମ ।

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ

ସୂଚନାନୁସାରେ, ଶନିବାର ମଇନ ନିଜ ଘରେ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳିମାଡ କରିଥିଲେ । ଦୁର୍ବୃତ୍ତର ଲକ୍ଷ୍ୟଭେଦ ଠିକ୍ ଭାବେ ନହେବାରୁ ଗୁଳିଟି ତାଙ୍କ ମୁଣ୍ଡରେ ଘସି ହୋଇ ପାର ହୋଇୟାଇଥିଲା । ଯାହାଦ୍ବାରା ମଇନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବାରିପଦା ପିଆରଏମରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବାବେଳେ ବିଶୋଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ମଇନଙ୍କୁ ଡାହାଣୀ ସନ୍ଦେହରେ ଗୁଳିମାଡ ହୋଇଥିବା ପୋଲିସ ସନ୍ଦେହ କରୁଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ଼।ଗୁଳି ମାଡ଼ରେ ମହିଳା ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ତଲକବାଦି ଗ୍ରାମରେ। ଗୁରୁତର ଅବସ୍ଥାରେ ମହିଳା ଜଣକ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି। ଗୁରୁତର ମହିଳା ଜଣକ ହେଲେ ବିଶୋଇ ଥାନା ତଲକବାଦି ଗ୍ରାମର ମଇନ ହେମ୍ବ୍ରମ। ତେବେ ଗତକାଲି ମହିଳା ଜଣକ ଘରେ ଶୋଇଥିବା ବେଳେ ଜଣେ ଦୁର୍ବୁତ୍ତ ତାଙ୍କ ଉପରେ ଗୁଳି ମାଡ କରିଥିଲେ। ଲକ୍ଷ୍ୟଭେଦ ଠିକ୍ ନ ହେବାରୁ ଗୁଳି ମହିଳାଙ୍କ ମୁଣ୍ଡ ଉପରେ ଘଷି ହୋଇ ପାର ହେବା ସହିତ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ମହିଳା ଜଣକ ବାରିପଦା ପିଆରଏମ ରେ ଚିକିତ୍ସିତ ହେଉଥିବା ବେଳେ ବିଶୋଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଡାହାଣୀ ସନ୍ଦେହ ରେ ଗୁଳିମାଡ ହୋଇଥିବା ପୋଲିସ ସନ୍ଦେହ କରୁଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.