ETV Bharat / state

ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଗଣନା ଆରମ୍ଭ

author img

By

Published : Jan 20, 2023, 10:24 AM IST

ଆରମ୍ଭ ହେଲା ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଗଣନା କାର୍ଯ୍ୟକ୍ରମ । ଏହି ଗଣନା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢ଼ନ୍ତୁ

Wild animal count
ବନ୍ଯଜନ୍ତୁ ଗଣନା

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବନ୍ୟଜନ୍ତୁ ଗଣନା । ଏହି ଗଣନା କାର୍ଯ୍ୟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୮ଦିନ ଧରି ଚାଲିବ । ତେବେ ୧୭ଟି ରେଞ୍ଜର ୧୭୩ ବିଟରେ ଚାଲିଛି ବନ୍ୟଜନ୍ତୁ ଗଣନା । ପ୍ରତି ବର୍ଷ ବ୍ୟାଘ୍ର ପ୍ରକଳ୍ପ ଗୁଡିକରେ ଏହିପରି ଗଣନା କାର୍ଯ୍ୟ ହେଇଥାଏ । ଏସିଆର ଦ୍ୱିତୀୟ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ।

୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ହେଉଛି ଶିମିଳିପାଳ ଅଭୟାରଣ୍ୟ । ୨୨୦୦ ବର୍ଗ କି.ମି. ଅଞ୍ଚଳରେ ଇକୋଟୁରିଜିମ ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ୫୫ ପ୍ରଜାତିର ପଶୁ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ସରୀସୃପ, ୩୭ ପ୍ରକାର ମାଛ ଏବଂ ୧୦୭୬ ପ୍ରକାରର ଗଛ ଦେଖିବାକୁ ମିଳିଥାଏ ।

ନିକଟରେ ବିଭିନ୍ନ ଜଙ୍ଗଲରେ ଚାଲିଥିବା ମାଂସାସୀ ବନ୍ୟଜନ୍ତୁଙ୍କ ଗଣନା ମଧ୍ୟ ଶେଷ ହୋଇଛି । ଗଣନା ପରେ ବୌଦ୍ଧରେ କଲରାପତରିଆ ବାଘଙ୍କ ସହିତ ଅନ୍ୟାନ୍ୟ ମାଂସାସୀ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆକଳନ କରାଯାଇଛି । ଜିଲ୍ଲାରେ କଲରାପତରିଆ ବାଘ ସହିତ ହେଟାବାଘ, ଭାଲୁ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପାଦ ଚିହ୍ନକୁ ଭିତ୍ତି କରିବା ସହିତ ବିଭିନ୍ନ ଉପାୟ ଅବଲମ୍ବନ କରି ଗତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିଥିଲା ।

ତେବେ ପଶୁ ଓ ବନ୍ୟଜନ୍ତୁଙ୍କ ସହ ପକ୍ଷୀ ଗଣନା ମଧ୍ୟ ଆରମ୍ଭ ହୋଇଛି । ଏହି କ୍ରମରେ ବ୍ରହ୍ମଗିରିର କପିଳେଶ୍ୱରପୁର ଠାରୁ ପଥରପଦା, କାଠୁଆରେଡି ଠାରୁ ଖଜୁରିଆ, ବସଷ୍ଟାଣ୍ଡ ଠାରୁ ଗୋଲରା ଏବଂ ସୁନାମୁହିଁ ଠାରୁ ବରକୁଦି ଯାଏଁ ପକ୍ଷୀ ଗଣନା ଚାଲୁ ରହିଛି । ଗୋଟିଏ ଟିମରେ ପ୍ରତିବର୍ଷ 4 ଜଣ ନିୟୋଜିତ ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଢ଼ାବା ଛକ ଠାରୁ ଗୋଲରା ସାଇଡରେ ଡିଏଫଓ, ପକ୍ଷୀ ବିଶାରଦ, ସ୍ୱେଚ୍ଛାସେବୀ ଏବଂ ବନବିଭାଗ କର୍ମଚାରୀ ନିୟୋଜିତ ହୋଇଥାନ୍ତି । କିନ୍ତୁ ଚଳିତ ବର୍ଷ ତାହା ଦେଖିବାକୁ ମିଳିନଥିଲା ।

ଗତବର୍ଷ ତୁଳନାରେ ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି । ଗତ ବର୍ଷ ୧୦ଲକ୍ଷ ୭୪ହଜାର ୧୭୩ ଦେଶୀ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିଲା । ଗତ ବର୍ଷ ତୁଳନାରେ ଏବର୍ଷ କମ ପକ୍ଷୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ବନବିଭାଗର ବେପରୁଆ ମନଭାବ,ବାହ୍ୟ ଚିଲିକାରେ ପକ୍ଷୀ ଶିକାରୀଙ୍କ ପ୍ରାଦୁର୍ଭାବ ପକ୍ଷୀ ସଂଖ୍ୟା ହ୍ରାସର ଏକ କାରଣ ବୋଲି ପକ୍ଷୀ ବିଶାରଦମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.