ETV Bharat / state

କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀଙ୍କ ଅସ୍ବାଭାବିକ ମୃତ୍ୟୁ

author img

By

Published : Jun 11, 2020, 8:55 PM IST

ମୟୂରଭଞ୍ଜ ଜିଲ୍ଲା ସାରସକଣା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଅଶୋକ କୁମାର ରାଉତଙ୍କ ଅସ୍ବାଭାବିକ ମୃତ୍ୟୁ । ବିଭାଗ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର । ଅଧିକ ପଢନ୍ତୁ...

Unusual death of fireman in mayurbhanj
କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀଙ୍କ ଅସ୍ବାଭାବିକ ମୃତ୍ୟୁ, ଗାର୍ଡ ଅଫ ଅନର ପ୍ରଦାନ

ବାରିପଦା: ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଅସ୍ବାଭାବିକ ମୃତ୍ୟୁ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ଅଗ୍ନିଶମ କେନ୍ଦ୍ରରେ । ମୃତକ ହେଲେ 30 ବର୍ଷୀୟ ଅଶୋକ କୁମାର ରାଉତ । ସେ ଭଦ୍ରକ ଜିଲ୍ଲା ବିନୋତ୍ର ଗାଁର ବୋଲି ଜଣାପଡିଛି ।

ବୁଧବାର ବିଳମ୍ବିତ ରାତିରେ ଅଶୋକ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ତାଙ୍କୁ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅଶୋକଙ୍କ ମୃତ୍ୟୁରେ ଅଗ୍ନିଶମ ବିଭାଗ ସହିତ ସାରସକଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଗୁରୁବାର ଅପରାହ୍ନରେ ସାରସକଣା କେନ୍ଦ୍ରରେ ତାଙ୍କ ମୃତଦେହ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଅଧିକାରୀ ଓ ସମସ୍ତ କର୍ମଚାରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ବିଭାଗ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.