ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ ବନାଞ୍ଚଳରୁ ଦୁଇ ଶିକାରୀ ଗିରଫ । ବାରହା ମାଂସ ଶୀକାର କରୁଥିବା ବେଳେ ବନବିଭାଗ ହାତରେ ଧରାପଡ଼ିଥିଲେ ଦୁଇ ଶିକାରୀ । ଏମାନଙ୍କୁ ବନବିଭାଗ କର୍ମଚାରୀ ଗିରଫ କରିଛି । ଏହାସହ ଏମାନଙ୍କ ଠାରୁ ବାରହା ମାଂସ ଓ ଧନୁତୀର ଜବତ କରିଛି । ଗିରଫ ହୋଇଥିବା ଦୁଇ ଶିକାରୀ ହେଲେ କୋରଡାପାଳ ଗ୍ରାମର କୁନା ହୋ ଓ ସୀତା ରାମ ହୋ ।
ସୂଚନାନୁସାରେ, ଶାଳଚୁଆ ଫରେଷ୍ଟ ବିଟ୍ ଅନ୍ତର୍ଗତ କୋରଡାପାଳ ସଂରକ୍ଷିତ ଜଙ୍ଗଲ କମ୍ପାର୍ଟମେଣ୍ଟ ନମ୍ବର ୧ ରୁ ଏହି ଦୁଇ ଶିକାରୀ ଏକ ବାରାହାକୁ ଶିକାର କରିଥିଲେ । ଏହାପରେ ବାରହାର ମାଂସ ଭାଗବାଣ୍ଟ କରି ନେଉଥିଲେ । ତେବେ କୌଣସି କ୍ରମେ ବନବିଭାଗ କର୍ମଚାରୀ ଏହା ଜାଣିପାରିଥିଲେ । ଏହାପରେ ତୁରନ୍ତ ସେଠାରେ ପହଞ୍ଚି ଥିଲେ ବନବିଭାଗ କର୍ମଚାରୀ ।
ବନବିଭାଗ କର୍ମଚାରୀଙ୍କୁ ଦେଖି ଦୁଇ ଶିକାରୀ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ କାବୁ କରିଥିଲା ପୋଲିସ । ଏହାପରେ ଉଭୟଙ୍କୁ ପଚରାଉଚୁରା କରିଥିଲା । ପଚରାଉଚରା ଚାଲିଥିବା ସମୟରେ ସତ ମାନିଥିଲେ ଦୁଇ ଶିକାରୀ । ପରେ ଏମାନଙ୍କ ଠାରୁ ବାରହା ମାଂସ ଜବତ କରିଥିଲା ।
ଗିରଫ ଶିକାରୀଙ୍କ ନିକଟରୁ ୮୦୦ ଗ୍ରାମ ଓଜନର ବାରାହା ମାଂସ ଜବତ କରିବା ସହିତ ଶିକାରରେ ବ୍ୟବହୃତ ଧନୁ ଓ ତୀରକୁ ଜବତ କରିଛନ୍ତି ବନବିଭାଗ କର୍ମଚାରୀ । ତେବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କରଞ୍ଜିଆ କୋର୍ଟକୁ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ, ରାଇରଙ୍ଗପୁର