ETV Bharat / state

ରାଇଫଳ ସଂଗ୍ରହ ହେଲା କାଳ, ହାତୀ ଆକ୍ରମଣରେ ଦୁଇ ମୃତ

ରାଇଫଳ ସଂଗ୍ରହ ହେଲା କାଳ । ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର । ଅଧିକ ପଢନ୍ତୁ...

Two people were killed in the attack
ରାଇଫଳ ସଂଗ୍ରହ ହେଲା କାଳ ,ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର
author img

By

Published : May 8, 2021, 1:17 PM IST

Updated : May 8, 2021, 3:11 PM IST

ରାଇରଙ୍ଗପୁର: ରାଇଫଳ ସଂଗ୍ରହ ହେଲା କାଳ । ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅନ୍ତର୍ଗତ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ । ମୃତକ ଦୁହେଁ ସମ୍ପର୍କରେ ଜେଜେମା- ନାତୁଣୀ ହେବେ ବୋଲି ଜଣାପଡିଛି ।

ରାଇଫଳ ସଂଗ୍ରହ ହେଲା କାଳ ,ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର

ସୂଚନା ଅନୁସାରେ, ବିଶୋଇ ଥାନା ଦୁଧକୁଣ୍ଡି ଅଞ୍ଚଳର ୨ ଜଣ ମହିଳା ଓ ଜଣେ ନାବାଳିକା ଜଙ୍ଗଲକୁ ରାଇଫଳ ଆଣିବାକୁ ଯାଇଥିଲେ। ଜଙ୍ଗଲରେ ସେମାନଙ୍କୁ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଜଣେ ମହିଳା ଓ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଥିଲେ । ତେବେ ମୃତ ନାତୁଣୀ ହେଲେ ଦୁଧକୁଣ୍ଡିର ମେଘନା ବିନ୍ଧାଣି ଓ ମହିଳା ଜଣକ କାନ୍ଦିରି ମୁର୍ମୁ । ଗୁରୁତର ମହିଳାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବିଶୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : May 8, 2021, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.