ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଝୁମୁକାପାଳ ଗାଁରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ କରି ୨ ଶହରୁ ଅଧିକ ହେବ ଶାଳଗଛ କାଠକୁ ଜବତ କରିଛି ବନବିଭାଗ।
ଚଢ଼ାଉ ସମୟରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା। ତେବେ ଗାଁରେ ପାଞ୍ଚ ଜଣଙ୍କ ପାଖରୁ କାଠ ଜବତ ହୋଇଥିବା ବେଳେ ଗାଁରେ ଏଭଳି ଆହୁରି ବେଆଇନ କାଠ ରହିଥିବାର ସୂଚନା ଦେଇଥିଲେ ଗ୍ରାମବାସୀ । ଜବତ କାଠ ଗୁଡିକୁ ଏକ ଟ୍ରାକ୍ଟର ଯୋଗେ ଲୋଡ୍ କରି ବନବିଭାଗ ରରୁଁଆ ଫରେଷ୍ଟ କାର୍ଯ୍ୟାଳୟକୁ ଆଣିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ