ETV Bharat / state

ଋଣ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ, 2 ଗିରଫ

ଘରୋଇ ଫାଇନାନ୍ସର କର୍ମଚାରୀ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ।

author img

By

Published : Jun 11, 2020, 12:24 PM IST

ଋଣ ଦେବା ନାଁ ରେ ଲକ୍ଷାଧିକ ଟଙ୍କାର ଠକେଇ, 2 ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ପୋଲିସକୁ ବଡ ସଫଳତା । ଋଣ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଦୁଇ ଠକକୁ ଗିରଫ କରିଛି ପୋଲିସ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ।

ସୂଚନାନୁଯାୟୀ ଏକ ଘରୋଇ ଫାଇନାନ୍ସର ଫିଲ୍ଡ ଅଫିସର ଓ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ରାଇରଙ୍ଗପୁର, ତିରିଂ, ବିଶୋଇ ଓ ଗୋରୁମହିଷାଣି ଥାନା ଅଞ୍ଚଳର ସାଦାସିଧା ଲୋକଙ୍କୁ ଠକି ଆସୁଥିଲେ 3 ଠକ । ଉକ୍ତ ଠକମାନେ ପ୍ରତ୍ୟେକ ହିତାଧିକାରୀଙ୍କୁ 70 ହଜାର ଟଙ୍କା ଲୋନ କରାଇଦେବା ନାଁରେ ଇନସୁରାନ୍ସ ଫି ବାବଦକୁ 2070 ଟଙ୍କା ଲେଖାଏଁ ଆଦାୟ କରୁଥିଲେ।

ଏପରି 125 ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ କୌଣସି ଲୋନ୍ ପ୍ରଦାନ କରିନଥିଲେ । ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ଆଧାରରେ 2 ଜଣଙ୍କୁ ଗିରଫ କରିଥିଲା । ହେଲେ ସେମାନେ ମୁଥୁଟ ଫାଇନାନ୍ସର କର୍ମଚାରୀ ହୋଇନଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା ।

ତଦନ୍ତ ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଫିଲ୍ଡ ଅଫିସର ସାଜିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ମ୍ୟାନେଜର ସାଜିଥିବା ବ୍ୟକ୍ତି ଜଣକ ଫେରାର ଥିବା ପୋଲିସ ସୂଚନା ଦେଇଛି। ଗିରଫ ହୋଇଥିବା ବ୍ୟକ୍ତି ଦ୍ବୟ ରାଇହରି ଗ୍ରାମର ପବିତ୍ର ପାତ୍ର ଓ ବଡ଼ଡାଳିମା ଗ୍ରାମର କାହ୍ନାଇ ହାଁସଦା ବୋଲି ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.