ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ରାଇରଙ୍ଗପୁରରେ ଟ୍ରାକ୍ଟର ଓଲଟି ଡ୍ରାଇଭରର ମୃତ । ଭାରସାମ୍ୟ ହରାଇ ଓଲଟିଲା ଥିଲା ଟ୍ରାକ୍ଟର । ଅଧିକ ପଢନ୍ତୁ...

author img

By

Published : May 1, 2021, 12:58 PM IST

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ
ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ରାଇରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଗାଡି ତଳେ ଚାପି ହୋଇ ଡ୍ରାଇଭର ମୃତ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ଗ୍ରାମ ନିକଟରେ। ସୂଚନା ଅନୁସାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଗୋରୁମାହିଷାଣି ଅଞ୍ଚଳକୁ ପହଞ୍ଚାଇ ଫେରୁଥିବା ବେଳେ ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ଗ୍ରାମ ନିକଟ ଭୋଳାଗାଡିଆ ହସ୍ପିଟାଲ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା।

ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ ଘଟଣାଟି ସନ୍ଧ୍ୟା ସମୟରେ ଘଟିଥିଲା। ଖବର ପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ।

୪୧ ବର୍ଷ ବୟସ୍କ ସୁରାଇ ସୋରେନ ନାମକ ଉକ୍ତ ଚାଳକଙ୍କ ଘର ତିରିଂ ଥାନା ଅନ୍ତର୍ଗତ ମାତକମଡିହି ଗ୍ରାମରେ ଥିବା ଜଣା ପଡିଛି। ଫୁଟବଲ ଖେଳାଳୀ ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ। ତାଙ୍କ ପରିବାରରେ ସ୍ତ୍ରୀ ବ୍ୟତୀତ ତିନୋଟି ପିଲା ମଧ୍ୟ ଅଛନ୍ତି ।

ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.