ETV Bharat / state

ଗୋରୁ ବେପାରୀଙ୍କ ଉପରେ ଚଢି ଓଲଟି ପଡିଲା ସିମେଣ୍ଟ ବୋଝେଇ ଟ୍ରକ, 3 ମୃତ - truck overturns on in mayurbhanj news

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ଗୋରୁ ବେପାରୀଙ୍କ ଉପରେ ଚଢିଗଲା ସିମେଣ୍ଟ ବୋଝେଇ ଟ୍ରକ: ତିନି ମୃତ, ଜଣେ ଗୁରୁତର

author img

By

Published : Apr 18, 2022, 10:45 AM IST

Updated : Apr 18, 2022, 12:11 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୋରୁ ବେପାରୀଙ୍କ ଉପରେ ଚଢି ଓଲଟି ପଡିଲା ସିମେଣ୍ଟ ବୋଝେଇ ଟ୍ରକ, 3 ମୃତ

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଚାରିଜଣ ଗୋରୁ ବେପାରୀ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ସମୟରେ ଜଶିପୁର ପଟୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୃତ ଗତିରେ ଆସିଥିଲା । ଭାରସାମ୍ୟ ହରାଇ ୪ ଗୋରୁ ବେପାରୀଙ୍କ ଉପରେ ଚଢି ଯାଇ ଟ୍ରକଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ତେବେ ମୃତକ ମାନେ ହେଲେ ବାଙ୍ଗିରିପୋଷି ଥାନା କଦମଡିହି ଗାଁର ସାଲଖାନ ହାଁସଦା ଓ ବେଢାକୁଦର ଗାଁର ସୁଷାନ୍ତ ମହାନ୍ତ, ଝାରପୋଖରିଆ ଥାନା ପୋଳାସବଣୀ ଗାଁର ଶୁକ୍ରା ମାହାଲି ବୋଲି ଜଣାପଡିଛି । ତେବେ ଗୁରୁତର ବ୍ୟକ୍ତି ଜଣକ ହେଲେ ଝାରପୋଖରିଆ ଥାନା ସିଲଫୋଡି ଗାଁର ଦୁର୍ଗାଚରଣ ନାଏକ । ସେପଟେ ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭର ଓ ହେଲଫର ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Apr 18, 2022, 12:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.