ETV Bharat / state

ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହେବେ ମୟୂରଭଞ୍ଜ ମାଟିର ପୁଅ

author img

By

Published : Sep 17, 2020, 2:38 PM IST

ଜାତୀୟ ସେବା ଯୋଜନା ସମ୍ମାନରେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହେବେ ରାଇରଙ୍ଗପୁରର ସ୍ବେଚ୍ଛାସେବୀ ତଥା ମୟୂରଭଞ୍ଜ ମାଟିର ପୁଅ । ମୟୂରଭଞ୍ଜ ଜିଲ୍ଲା ପାଇଁ ଜାତୀୟ ସ୍ତରରେ ସମ୍ମାନ ଆଣିଛନ୍ତି ରାଇରଙ୍ଗପୁରର ଛାତ୍ର ପ୍ରଭଞ୍ଜନ ମଣ୍ଡଳ । ଝାଡପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ତୃତୀୟ ବର୍ଷ ପଦାର୍ଥ ବିଜ୍ଞାନ ଛାତ୍ର ପ୍ରଭଞ୍ଜନ । ଅଧିକ ପଢନ୍ତୁ...

ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହେବେ ମୟୂରଭଞ୍ଜ ମାଟିର ପୁଅ
ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହେବେ ମୟୂରଭଞ୍ଜ ମାଟିର ପୁଅ

ରାଇରଙ୍ଗପୁର: ଜାତୀୟ ସେବା ଯୋଜନା ସମ୍ମାନରେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହେବେ ରାଇରଙ୍ଗପୁରର ସ୍ବେଚ୍ଛାସେବୀ ତଥା ମୟୂରଭଞ୍ଜ ମାଟିର ପୁଅ । ମୟୂରଭଞ୍ଜ ଜିଲ୍ଲା ପାଇଁ ଜାତୀୟ ସ୍ତରରେ ସମ୍ମାନ ଆଣିଛନ୍ତି ରାଇରଙ୍ଗପୁରର ଛାତ୍ର ପ୍ରଭଞ୍ଜନ ମଣ୍ଡଳ । ଚଳିତ ବର୍ଷ ସେ ଜାତୀୟ ସେବା ଯୋଜନାରେ (ଏନଏସଏସ) ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ ହେବା ପାଇଁ ମନୋନୀତ ହୋଇଛନ୍ତି ।

ସେପ୍ଟେମ୍ବର ୨୪ ଅର୍ଥାତ ଜାତୀୟ ସେବା ଯୋଜନା ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଜାତୀୟ ସ୍ତରର ପୁରସ୍କାର ଗ୍ରହଣ କରିବେ ପ୍ରଭଞ୍ଜନ । ଭୁବନେଶ୍ବର ସ୍ଥିତ ଏନଏସଏସ କାର୍ଯ୍ୟାଳୟରେ ଭର୍ଚୁଆଲୀ ସେ ଏହି ସମ୍ମାନରେ ସମ୍ମାନିତ ହେବେ । ୨୦୧୮ -୧୯ ଶିକ୍ଷା ବର୍ଷରେ ଜାତୀୟ ସ୍ତରରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶଂସନୀୟ ହୋଇ ପାରିଥିଲେ ପ୍ରଭଞ୍ଜନ । ଏଭଳି ସଫଳତା ପାଇଁ ବିଭିନ୍ନ ମାହୋଲରୁ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି । ପ୍ରଭଞ୍ଜନ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ବଡମୌଦା ଗ୍ରାମର ହୋଇଥିଲେ ମଧ୍ୟ ପଲ୍ଲୀ ଠାରୁ ଦିଲ୍ଲୀ ପହଞ୍ଚିବା ପଛର ସଫଳତାରେ ତାଙ୍କ ନିଷ୍ଠା ଓ ଏକଗ୍ରତା ରହିଛି । ସେ ଝାଡପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ତୃତୀୟ ବର୍ଷ ପଦାର୍ଥ ବିଜ୍ଞାନ ଛାତ୍ର ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.