ETV Bharat / state

ବେକାବୁ କୋରୋନା, ମୟୂରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୫୦୯୦

ମୟୂରଭଞ୍ଜ ଜିଲ୍ଲାରୁ ମଙ୍ଗଳବାର ପୁଣି ୨୦୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏହାସହ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୯୦ ରେ ପହଞ୍ଚିଛି।

author img

By

Published : Sep 9, 2020, 7:27 AM IST

ହୁ ହୁ ହୋଇ ବଢୁଛି କୋରୋନା, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୯୦ ଛୁଇଁଲା

ବାରିପଦା: ଓଡିଶାରେ କାୟା ମେଲାଇଛି କୋରୋନା । ସଂକ୍ରମଣ ହାର କ୍ରମାଗତ ବଢି ଚାଲିଛି। ମୟୂରଭଞ୍ଜ ଜିଲ୍ଲାରୁ ମଙ୍ଗଳବାର ପୁଣି ୨୦୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏହାସହ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୯୦ରେ ପହଞ୍ଚିଛି।

ମଙ୍ଗଳବାର ଚିହ୍ନଟ ୨୦୭ ଜଣଙ୍କ ମଧ୍ୟରୁ ୧୦ ଜଣ ହୋମ କ୍ବାରେଣ୍ଟିନ ଏବଂ ୧୯୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି । ହୋମ କ୍ୟାରେଣ୍ଟଇନରୁ ଚିହ୍ନଟ ୧୦ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକରୁ ୧ଜଣ, ଆନ୍ଧ୍ରପ୍ରଦେଶରୁ ଜଣେ, ମହାରାଷ୍ଟ୍ରରୁ ଜଣେ, ତାମିଲନାଡୁରୁ ୪ଜଣ ଏବଂ ପଶ୍ଚିମବଙ୍ଗରୁ ୩ଜଣ ଫେରିଥିବା ଜଣାପଡିଛି।

ଗତକାଲି ଚିହ୍ନଟ ୨୦୭ ଜଣଙ୍କ ମଧ୍ୟରୁ ବଡ଼ସାହିରୁ ୧୧, ବହଳଦା, ବଙ୍ଗରିପୋଷି, ଜଶିପୁର, ଯମଦା, ତିରିଂ, ରରୁଆଁରୁ ଜଣେ ଲେଖାଏଁ, ବିଶୋଇ ଓ ମୋରଡ଼ାରୁ ତିନି ଜଣ, ଠାକୁରମୁଣ୍ଡା,ଶୁଳିଆପଦା ଓ କରଞ୍ଜିଆ ଏନଏସିରୁ ଛଅ ଜଣ ଲେଖାଏଁ, ରାସଗୋବିନ୍ଦପୁର, ଉଦଳା ଏନ ଏ ସି ଓ ଶ୍ୟାମାଖୁଣ୍ଟାରୁ ଚାରି ଜଣ, କୁଳିଅଣାରୁ ୯ ଜଣ, ବାରିପଦା ସହରରୁ ୫୮ଜଣ ଅଛନ୍ତି।

ସେହିପରି ରାଇରଙ୍ଗପୁର ଓ ଶୁକ୍ରୁଳି ବ୍ଲକରୁ ୫ ଜଣ ଲେଖାଏଁ, ବାରିପଦା ବ୍ଲକରୁ ୧୪ , ଜିବି ନଗରରୁ ୧୦ , କପ୍ତିପଦା ବ୍ଲକରୁ ୭ , ଖୁଣ୍ଟା ବ୍ଲକରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ୨୦୭ ଜଣ କୋରୋନା ପଜିଟିଭି କୋଭିଡ ହସ୍ପିଟାଲ ଓ ହୋମ ଆଇସଲେସନରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି। ସେପଟେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତଙ୍କ କଣ୍ଟାକ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.