ETV Bharat / state

ଶୁଣିଲାନି ପ୍ରଶାସନ, ଡ୍ରେନ ମରାମତି କଲେ ଗ୍ରାମବାସୀ - villagers cleaned drain

ଶ୍ରମ ଦାନ କରି ଡ୍ରେନ୍ ମରାମତି କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଶୁଣିଲାନି ପ୍ରଶାସନ , ନିଜ ପ୍ରଚେଷ୍ଟାରେ ଡ୍ରେନ ମରାମତିକଲେ ଗ୍ରମବାସୀ

author img

By

Published : Feb 15, 2021, 6:58 PM IST

ରାଇରଙ୍ଗପୁର: ଶ୍ରମଦାନ କରି ଡ୍ରେନ୍ ମରାମତି କଲେ ଗ୍ରାମବାସୀ। ଏପରି କିଛି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ତାରଣା ଗ୍ରାମର ତଳସାହିରେ । ଉକ୍ତ ଗାଁ ରେ ଥିବା ଡ୍ରେନଟି ମରାମତି ଅଭାବରୁ ମାଟି ପଥରରେ ପୋତି ହୋଇ ଯାଇଥିଲା । ଫଳରେ ନାଳର ଅପରିଷ୍କାର ପାଣି ନିଷ୍କାଷିତ ହୋଇ ନପାରି ରାସ୍ତାରେ ବହି ଯାଉଥିଲା । ସ୍ଥାନୀୟ ବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଅପରିଷ୍କାର ପାଣି ପାଇଁ ନାନା ପ୍ରକାରର ରୋଗ ବ୍ୟାଧି ମଧ୍ୟ ବ୍ୟାପୁଥିବାର ଅଭିଯୋଗ ହୋଇ ଆସୁଥିଲା । ଏସବୁ ସମସ୍ୟାକୁ ନେଇ ଗିଦିଘାଟୀ ସରପଞ୍ଚ ସୁନାମଣୀ ହେମ୍ବ୍ରମଙ୍କୁ ଲିଖିତ ଅଭିଯୋଗ କରାଯିବା ପରେ ମଧ୍ୟ ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ ।

ଶୁଣିଲାନି ପ୍ରଶାସନ , ନିଜ ପ୍ରଚେଷ୍ଟାରେ ଡ୍ରେନ ମରାମତିକଲେ ଗ୍ରମବାସୀ

ନିକଟରେ ମାଘବଙ୍ଗା' ଓ ବାହାବଙ୍ଗା' ରେ ଆଦିବାସୀଙ୍କ ପୂଜାସ୍ଥଳକୁ ପୂଜା ସାମଗ୍ରୀ ଧରି ନର୍ଦ୍ଦମା ପାଣି ଦେଇ ଯିବାକୁ ପଡୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମବାସୀ ନିଜ ପ୍ରଚେଷ୍ଟାରେ ଡ୍ରେନ ସଫେଇ ସହ ମରାମତି କରିବାକୁ ନିଷ୍ପତ୍ତି ନେଇଥିଲେ । ମରାମତି କାର୍ଯ୍ୟରେ ପେସା ଗ୍ରାମସଭା ସଦସ୍ୟ ତଥା ଗ୍ରାମର ପୁରୁଷ,ମହିଳାମାନେ ସାମୁହିକ ଶ୍ରମଦାନ କରି ମରାମତି କାର୍ଯ୍ୟ ଶେଷ କରିଥିଲେ । ଗ୍ରାମର ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମଙ୍କ ନେତୃତ୍ବରେ ୭୫ ମିଟର ଲମ୍ବ ଡ୍ରେନ୍ର ମରାମତି କାର୍ଯ୍ୟ ସମ୍ପନ୍ନ କରିଛନ୍ତି ଗ୍ରାମବାସୀ। ତେବେ ଗ୍ରାମବାସୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି।

ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.