ETV Bharat / state

ବାରିପଦା ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା - tension prevails in medical

ମୃତ ଶିଶୁ ଜନ୍ମକୁ ନେଇ ବାରିପଦା ମେଡିକାଲରେ ଉତ୍ତେଜନା । ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ଏପରି ହୋଇଥିବା ଅଭିଯୋଗ ଆଣିଲେ ସମ୍ପର୍କୀୟ । ଅଧିକ ପଢନ୍ତୁ...

ମୃତ ଶିଶୁକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି

author img

By

Published : Feb 1, 2020, 12:20 PM IST

ବାରିପଦା: ଡାକ୍ତରଙ୍କ ଅବହେଳାରୁ ମୃତ ଶିଶୁ ଜନ୍ମ । ପ୍ରସବ ସ୍ବାଭାବିକ ହେବ କହି ଶେଷରେ ମୃତ ଶିଶୁ ଜନ୍ମ ଦେଇଥିଲେ ଗର୍ଭବତୀ । ଏହା ସହ ପ୍ରସବ କରାଇବାକୁ ସମ୍ପୃକ୍ତ ଚିକିତ୍ସିକ ଓ କର୍ମଚାରୀ ଲାଞ୍ଚ ମାଗିଥିବାର ଅଭିଯୋଗ ହୋଇଛି । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ । ଯାହାକୁ ନେଇ ଏବେ ତ୍ରୀବ ଉତ୍ତେଜନା ଦେଖାଦେଇଛି ।

ମୃତ ଶିଶୁକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି

ବାରିପଦା ସଦର ଥାନା ଅନ୍ତର୍ଗତ ସମାଖୁଣ୍ଟା ବ୍ଲକର ପାଇକସବା ଗ୍ରାମପଞ୍ଚାୟତ ଅଞ୍ଚଳର ବଜ୍ରତୁଣ୍ଡି ଗାଁର ଚନ୍ଦନ ବେହେରାଙ୍କ ପତ୍ନ ସୁରେଖା । ଗତ ବୁଧବାର ସୁରେଖାଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ମହିଳାଙ୍କ ପ୍ରସବ ସ୍ବାଭାବିକ ହେବ କହି ଡାକ୍ତର ଓ ନର୍ସମାନେ ସୁରେଖାଙ୍କ ସମ୍ପର୍କୀୟଙ୍କୁ ବୁଝାଇ ଦେଇଥିଲେ । ଏପରିକି ଡାକ୍ତର ଦିନ ଗଡେଇବା ସହ ସୁରେଖାଙ୍କ ଯନ୍ତ୍ରଣା ବଢିବାରେ ଲାଗିଥିଲା ।

ଯାହାକୁ ନେଇ ପରିବାର ପକ୍ଷରୁ ଅସ୍ତ୍ରୋପଚାର କରିବାକୁ ଡାକ୍ତରଙ୍କୁ କହିଥିଲେ । ତଥାପି ଡାକ୍ତର ସ୍ବାଭାବିକ ପ୍ରସବ ହେବ କହି ସେମାନଙ୍କ ଅନୁରୋଧକୁ ଏଡାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଫଳରେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ ସୁରେଖା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି । ସେପଟେ, ଏହି ଘଟଣାକୁ ନେଇ ସୁରେଖାଙ୍କ ସ୍ବାମୀ ଚନ୍ଦନ ବେହେରା ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଅନ୍ୟପଟେ ଏନେଇ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌ରେ ଜଣେ ମହିଳା ମୃତ ଶିଶୁ ଜନ୍ମ କରିବା ଘଟଣା ଯୋଗୁଁ ତୀବ୍ର ଉତ୍ତେଜନା ଦେଖାଦେଇଛି, ଅଧିକ ପଢନ୍ତୁ.......
Body:ଡାକ୍ତର ଏବଂ ନର୍ସ ଙ୍କ ଅବହେଳା ଯୋଗୁଁ ପ୍ରସୂତୀଙ୍କ
ଗର୍ଭସ୍ଥ ଶିଶୁ ର ମୃତ୍ୟୁ ହୋଇଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ ସମାଖୁଣ୍ଟା ବ୍ଲକ୍‌ର ପାଇକବସା ଗ୍ରାମପଞ୍ଚାୟତ ଅଞ୍ଚଳର ବଜ୍ରତୁଣ୍ଡି ଗାଁର ଚନ୍ଦନ ବେହେରାଙ୍କ ପତ୍ନୀ ସୁରେଖାଙ୍କର ଗର୍ଭବେଦନା ଅନୁଭୂତ ହେବାରୁ ଗତ ବୁଧବାର ଦିନ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରସବ ସ୍ୱାଭାବିକ ହେବ କହି ଡାକ୍ତର ଏବଂ ନର୍ସ ମାନେ ସୁରେଖାଙ୍କ ସମ୍ପର୍କୀୟମାନଙ୍କୁ ବୁଝାଇ ଦେଇଥିଲେ। ଦିନ ଗଡ଼ିଚାଲିବା ସହ ସୁରେଖାଙ୍କର ଯନ୍ତ୍ରଣା ଲାଗି ରହିବାରୁ ସିଜରିଆନ୍‌ ମାଧ୍ୟମରେ ପ୍ରସବ କରାଇବାକୁ ତାଙ୍କର ସମ୍ପର୍କୀୟମାନେ ସମ୍ପୃକ୍ତ ଚିକିତ୍ସକ ଓ କର୍ମଚାରୀଙ୍କୁ କହିଥିଲେ। ସ୍ୱାଭାବିକ ପ୍ରସବ ହେବ କହି ସେମାନେ ତାଙ୍କ ଅନୁରୋଧ ଏଡ଼ାଇ ଦେଇଥିଲେ ବୋଲି ଆଜି ସେଠାରେ ଉପସ୍ଥିତ ସମ୍ପର୍କୀୟମାନେ କହୁଛନ୍ତି। ଏହାଛଡ଼ା ସ୍ୱାଭାବିକ ପ୍ରସବ କରାଇବାକୁ ସମ୍ପୃକ୍ତ ଚିକିତ୍ସକ ଓ କର୍ମଚାରୀମାନେ ଲାଞ୍ଚ ମାଗିଥିବା କଥା ସୁରେଖାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି।ସ୍ଥାନୀୟ ପୁଲିସ ଉତ୍ତେଜନାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି। ସୁରେଖାଙ୍କ ସ୍ୱାମୀ ଚନ୍ଦନ ବେହେରା ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଏ ନେଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ଙ୍କ କୌଣସି ପ୍ରତ୍ରିକ୍ରିୟା ମିଳି ପରିନାହିଁ।
ବାଇଟ-୧-ଚନ୍ଦନ ବେହେରା-ରୋଗୀ ଙ୍କ ସ୍ୱାମୀ
ବାଇଟ-୨- ସୀତା ବେହେରା-ରୋଗୀଙ୍କ ସମ୍ପର୍କୀୟ
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.