ETV Bharat / state

ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ଗିରଫ ହେଲେ ଜନୈକ ଶିକ୍ଷକ

ମୟୂରଭଞ୍ଜ ଜିଲ୍ଲାରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଟିଉସନ ଶିକ୍ଷକଙ୍କ ଗର୍ଭବତୀ କରିବା ଘଟଣା । ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Mar 18, 2023, 8:15 PM IST

student gets pregnant in mayurbhanj
ଛାତ୍ରୀ ଗର୍ଭବତୀ ଘଟଣାରେ ଶିକ୍ଷକ ଗିରଫ

ରାଇରଙ୍ଗପୁର: ନବମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କରିଥିବା ଅଭିଯୋଗରେ ଜନୈକ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଶିକ୍ଷକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ରବିନ୍ଦ୍ର କୁମାର ମହାନ୍ତ । ଗର୍ଭବତୀ ନେଇ ଉକ୍ତ ଛାତ୍ରୀ ଓ ତାଙ୍କ ମାଆ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରି ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ ।

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଜନୈକ ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତ କେନ୍ଦୁଜିଆଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡିବିଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସମୟ କ୍ରମେ ସେ ନିଜ ଘର ପୁରୁଣାପାଣିରେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ଟିଉସନ ଆରମ୍ଭ କରିଥିଲେ । ଉକ୍ତ ଟିଉସନରେ ଠାକୁରମୁଣ୍ଡା ଥାନା ଅଧୀନସ୍ଥ ଏକ ଅଞ୍ଚଳର ଜନୈକ ନବମ ଶ୍ରେଣୀର ଛାତ୍ରୀ ମଧ୍ୟ ଟିଉସନ ପଢିବାକୁ ଆସୁଥିଲେ। ତେବେ ଶିକ୍ଷକ ରବିନ୍ଦ୍ର ଉକ୍ତ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ତଥା ଧମକ ଚମକ ଦେଇ ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣକ ଅଭିଯୋଗ କରିଥିଲେ । ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଟିଉସନ ପଢୁଥିବା ଦିନଠାରୁ ରବିନ୍ଦ୍ର ବିଭିନ୍ନ ସମୟରେ ତାଙ୍କୁ ଦୁଷ୍କର୍ମ କରୁଥିବାରୁ ନାବାଳିକା ଜଣକ ବର୍ତ୍ତମାନ ଗର୍ଭବତୀ ଥିବା ନେଇ ସୂଚନା ଦେଇଥିଲେ । ଏନେଇ ପରିବାର ଲୋକେ ଜାଣିବା ପରେ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ପରିବାର ଲୋକେ ଠାକୁରମୁଣ୍ଡା ଥାନାରେ ପହିଞ୍ଚି ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମାତ୍ର ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତ ନିଜ ଘରୁ ଅନ୍ୟତ୍ର ଫେରାର ହୋଇ ଯାଇଥିଲେ। ଠାକୁରମୁଣ୍ଡା ଥାନା ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ ମାରିଥିଲେ ମଧ୍ୟ ଅଭିଯୁକ୍ତ ଶିକ୍ଷକଙ୍କୁ ପାଇ ନଥିଲେ । କରଞ୍ଜିଆ ଏସଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଠାକୁରମୁଣ୍ଡା ଥାନା ପୋଲିସର କିଛି ସଦସ୍ୟଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ତେବେ ଝାଡ଼ଖଣ୍ଡ-ଓଡିଶା ସୀମାନ୍ତ ବଡ଼ବିଲ ଅଞ୍ଚଳରେ ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତ ଆତ୍ମଗୋପନ କରିଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଗତ ଶୁକ୍ରବାର ଦିନ ଠାକୁରମୁଣ୍ଡା ପୋଲିସର ଟିମ୍ ବଡ଼ବିଲ ଅଞ୍ଚଳ ସ୍ଥିତ ଏକ ଘରେ ଚଢାଉ କରି ଶିକ୍ଷକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ପରେ ଅଭିଯୁକ୍ତକୁ ଠାକୁରମୁଣ୍ଡା ଥାନାକୁ ଆଣି ପଚରାଉଚରା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିଥିଲା । ଏନେଇ ଶିକ୍ଷକ ରବିନ୍ଦ୍ର ମହାନ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.