ETV Bharat / state

ଭିଜିଲାନ୍ସ ଜାଲରେ ତହସିଲ କର୍ମଚାରୀ

ଜମିବାଡ଼ି ମ୍ୟୁଟେସନ ପାଇଁ ଜଣେ ଯବାନଙ୍କ ଠାରୁ 1500 ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ତହସିଲ କର୍ମଚାରୀ ।

author img

By

Published : Feb 9, 2019, 7:41 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସରକାରୀ ବାବୁ । ଦେଶକୁ ସୁରକ୍ଷା ଦେଉଥିବା ଜଣେ ଯବାନଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ କର୍ମଚାରୀ । ଗିରଫ କର୍ମଚାରୀ ନବକିଶୋର ଦାସ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ତହସିଲ ଅଫିସରେ କାର୍ଯ୍ୟରତ ଥିଲେ । 1500ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
ସୂଚନାଯୋଗ୍ୟ, ଉଦଳା ଅଞ୍ଚଳରେ ଦେଶକୁ ସୁରକ୍ଷା ଦେଉଥିବା ଜଣେ ଯବାନ ସରୋଜ କୁମାର ପ୍ରଧାନ ନିଜ ଜମିବାଡ଼ି ମ୍ୟୁଟେସନ ପାଇଁ ବାରମ୍ବାର କୁଳିଅଣା ତହସିଲ ଅଫିସର ଦ୍ବାରସ୍ଥ ହେଉଥିଲେ । ତେବେ ନବକିଶୋର ଟଙ୍କା ନହେଲେ କାମ ହୋଇପାରିବ ନାହିଁ ବୋଲି ସରୋଜଙ୍କୁ କହୁଥିଲେ ।
undefined

ଫଳରେ ବାଧ୍ୟ ହୋଇ ସରୋଜ ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ । ତେବେ ପୂର୍ବ ଯୋଜନା ଅନୁଯାୟୀ ଲୁଚି ରହିଥିବା ବାରିପଦା ଭିଜିଲାନ୍ସ ଅଧିକାରୀମାନେ ନବକିଶୋରଙ୍କୁ ଲାଞ୍ଚ ନେଉଥିବା ସମୟରେ କାବୁ କରିଥିଲେ । ଭିଜିଲାନ୍ସ ଲାଞ୍ଚୁଆ ତହସିଲଦାରଙ୍କୁ ଗିରଫ କରିବା ପରେ ତାଙ୍କ ବାରିପଦାସ୍ଥିତ ବାସଭବନରେ ମଧ୍ୟ ଚଢାଉ କରି ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ଘଟଣା: ପୋଲିସର ତଦନ୍ତ ଜାରି

ମୟୂରଭଞ୍ଜ: ରାଜ୍ୟରେ ବଢି ଚାଲିଥିବା ମହିଳା ନିର୍ଯାତନା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ମହିଳାଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଦଳ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ରାଜ୍ୟରେ ମହିଳା କେତେ ସୁରକ୍ଷିତ ତାହା ଏବେ ଚିନ୍ତା ସୃଷ୍ଟି କରିବା ସହ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଥିବା ଆଶ୍ରମ ସ୍କୁଲର ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିବା ପରେ ରାଜନୀତିରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେହି ସ୍କୁଲରେ ପଢ଼ୁଥିବା ଜଣେ ନାବାଳକ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଆଶ୍ରମ ସ୍କୁଲର ଗର୍ଭବତୀ ନାବାଳିକାକୁ ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରିବା ପରେ ଘଟଣାଟି ପଦାକୁ ଆସିଥିଲା । ଅପରପକ୍ଷେ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଥାନାରେ ସମ୍ପୃକ୍ତ ନାବାଳକ ବିରୋଧରେ ଅଭିଯୋଗ ଆଣିବା ପରେ ମୋରଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ନାବାଳକ ଜଣକୁ ଡାକ୍ତରୀମାଇନା ପାଇଁ ପଠାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.