ETV Bharat / state

କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା 15ରୁ ଊର୍ଦ୍ଧ୍ବ ଘର, ଗାଈ-ବାଛୁରୀ ମୃତ - death

ରବିବାର ୪ ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଂଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ଯାହାଫଳରେ ୧୫ରୁ ଊର୍ଦ୍ଧ୍ବ ଘର ଭାଙ୍ଗି ଯାଇଥିବାବେଳେ କାନ୍ଥ ତଳେ ଚାପି ହୋଇ ଗୋଟିଏ ଗାଈ ଏବଂ ବାଛୁରୀର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 2, 2019, 10:47 PM IST

ମୟୂରଭଞ୍ଜ: ଜିଲ୍ଲାର ଉଦଳାରେ କାଳବୈଶାଖୀ ତାଣ୍ଡବ ରୂପ ଦେଖିବାକୁ ମିଳିଛି । ଯାହାଫଳରେ ଅଞ୍ଚଳରେ ବଡ ବଡ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ଅବରୋଧ ହୋଇଥିବାବେଳେ ବିଦ୍ୟୁତ୍ ତାର ଛିଣ୍ଡି ଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ରବିବାର ୪ଟା ସମୟରେ ଉଦଳା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ପ୍ରବଳ ମାତ୍ରାରେ ପବନ ବର୍ଷା ସହିତ ଘଡଘଡି ହୋଇଥିଲା । ତେବେ ବିଶେଷକରି ଉଦଳା ଏନଏସିରେ କାଳବୈଶାଖୀ ପ୍ରଭାବରୁ ୧୫ରୁ ଊର୍ଦ୍ଧ୍ବ ଘର ଭାଙ୍ଗି ଯାଇଥିବାବେଳେ କାନ୍ଥ ତଳେ ଚାପି ହୋଇ ଗୋଟିଏ ଗାଈ ଏବଂ ବାଛୁରୀର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ମୟୂରଭଞ୍ଜ

ଏଥିସହ ହାଇସ୍କୁଲ ଛକ, ବନବିଭାଗ କାର୍ଯ୍ୟାଳୟ, ଡାକ୍ତରଖାନା ପାଖ ଜଗନାଥୀ ଗ୍ରାମ ସମେତ ଏନଏସିର ବିଭିନ୍ନ ଅଂଚଳରେ ବଡ ବଡ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ଏଥିସହ ବିଦ୍ୟୁତ୍ ତାର ମଧ୍ୟ ଛିଣ୍ଡି ପଡିଥିବା ଦେଖିବାକୁ ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.