ETV Bharat / state

ଏ କେମିତିକା ଜୁଲୁମ ? ହଷ୍ଟେଲରେ ଦିଆଯାଉଛି ଭାତ ଲୁଣ, ଖାଇବାକୁ ନପାଇ କାନ୍ଦିଲେ ଛାତ୍ରୀ - hostel girls not getting food in hostel

ହଷ୍ଟେଲରେ ଖାଇବାକୁ ନପାଇ ବ୍ଲକରେ ପହଞ୍ଚି କାନ୍ଦିଲେ ଛାତ୍ରୀ, ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସେମାନଙ୍କୁ ଖାଦ୍ୟ ଦେଉନଥିବା ଅଭିଯୋଗ ଆଣିଲେ ଛାତ୍ରୀ । ଅଧିକ ପଢନ୍ତୁ

ହଷ୍ଟେଲରେ ଦିଆଯାଉଛି ଭାତ ଲୁଣ
ହଷ୍ଟେଲରେ ଦିଆଯାଉଛି ଭାତ ଲୁଣ
author img

By

Published : Oct 24, 2022, 9:13 AM IST

ରାଇରଙ୍ଗପୁର: ହଷ୍ଟେଲରେ ରହୁଥିବା ବେଳେ ଛାତ୍ରୀଙ୍କୁ ଦିଆଗଲା ନାହିଁ ଖାଦ୍ୟ । ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଲେ ଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ । ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଛାତ୍ରୀମାନଙ୍କ କାନ୍ଦ ଦେଖି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଠାକୁରମୁଣ୍ଡା ଠାରେ ଥିବା ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଅନୁସଚିତ ଜାତି ଓ ଜନଜାତି ହଷ୍ଟେଲରେ ରହୁଥିଲେ ଛାତ୍ରୀମାନେ ।

ହଷ୍ଟେଲରେ ଦିଆଯାଉଛି ଭାତ ଲୁଣ

ମିଳିଥିବା ସୂଚନା ଅନୁଯାୟୀ, ଅନୁସଚିତ ଜାତି ଓ ଜନଜାତି ହଷ୍ଟେଲରେ ଚତୁର୍ଥ ଶ୍ରେଣୀରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ଛାତ୍ରୀ ମାନେ ରୁହନ୍ତି । ସେଠାରେ ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ସେମାନଙ୍କୁ ଖାଦ୍ୟ ନଦେବା ସହ ଅଧିକାଂଶ ଦିନ ଲୁଣ ଭାତ ଦେଉଥିବାର ଛାତ୍ରୀ ମାନେ ଅଭିଯୋଗ କରି ରବିବାର ୯୪ ଜଣ ଛାତ୍ରୀ ହଷ୍ଟେଲରୁ ବାହାରି ଏକ କିମି ଦୂର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ପହଞ୍ଚିବା ପରେ ସେଠାରେ ଛାତ୍ରୀମାନେ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପଚରାଚୁରା କରୁଥିଲେ । ତେବେ ଅଭିଯୋଗ ଜାଣିବାପରେ ଭୋକ ଉପାସରେ ଥିବା ଛାତ୍ରୀ ମାନଙ୍କୁ ସ୍ଥାନୀୟ ଲୋକେ ବିସ୍କୁଟ ଖାଇବାକୁ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-CYCLONE UPDATE: ବାତ୍ୟାର ରୂପ ନେଲା ଗଭୀର ଅବପାତ, ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ

ଖବର ପାଇ ସ୍ଥାନୀୟ ଏବିଓ,ସିଆରସିସି ଓ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପହଞ୍ଚି ବ୍ଲକ ପରିସରରେ ଥିବା ଛାତ୍ରୀଙ୍କୁ ହୋଟେଲକୁ ଆଣି ଖାଦ୍ୟ ଦେଇଥିଲେ । ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ସେମାନଙ୍କୁ ଖାଦ୍ୟ ନଦେବା ସହ ଅଧିକାଂଶ ଦିନ ଲୁଣ ଭାତ ଦେଉଥିବାର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଗତ ଶନିବାର ରାତିରୁ ଗ୍ୟାସ ସରିଯାଇଥିବାରୁ ରୋଷେଇ ହୋଇ ନଥିବା ନେଇ ହଷ୍ଟେଲ ରୋଷେୟା କହିଛନ୍ତି । ତେବେ ଏ ବିଷୟରେ ଠାକୁରମୁଣ୍ଡା ଶିକ୍ଷା ଗୋଷ୍ଠୀ ଅଧିକାରୀଙ୍କୁ ବୁଝି ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନଥିବା ଏବଂ ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଥିଲେ ।

ରାଇରଙ୍ଗପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.