ETV Bharat / state

ଖୋଲିଲା ଷ୍ଟ୍ରଙ୍ଗରୁମ, ମୟୂରଭଞ୍ଜରେ କାଉଣ୍ଟିଂ ଆରମ୍ଭ

ସୁରକ୍ଷା ବଳୟରେ ମୟୂରଭଞ୍ଜରେ ଚାଲିଛି ଗଣତି। ମୟୂରଭଞ୍ଜ ଜିଲ୍ଲାରେ ୯ ଟି ବିଧାନସଭା ଗୋଟିଏ ଲୋକସଭା ପାଇଁ ଚାଲିଛି ଭୋଟ ଗଣତି । ଏନେଇ ମୟୂରଭଞ୍ଜ ଜିଲ୍ଲାରେ ୪ ଟି ସ୍ଥାନରେ ଗଣତି କେନ୍ଦ୍ର ଖୋଲାଯାଇଛି ।

author img

By

Published : May 23, 2019, 9:57 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ମୟୂରଭଞ୍ଜ

ମୟୂରଭଞ୍ଜ: ଆରମ୍ଭ ହୋଇଛି ଷ୍ଟ୍ରଙ୍ଗରୁମ ଏଣ୍ଟ୍ରି । ସକାଳ ୮ଟା ରୁ ଆରମ୍ଭ ହୋଇଯାଉଛି ଭୋଟ ଗଣତି । କଡ଼ାକଡ଼ି ସୁରକ୍ଷା ବଳୟରେ ଚାଲିଛି ଗଣତି । ଗଣତି ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୟୂରଭଞ୍ଜ ଜିଲ୍ଲାରେ ୯ ଟି ବିଧାନସଭା ଗୋଟିଏ ଲୋକସଭା ପାଇଁ ଭୋଟ ଗଣତି ହେବ I ଏନେଇ ମୟୂରଭଞ୍ଜ ଜିଲ୍ଲାରେ ୪ ଟି ସ୍ଥାନରେ ଗଣତି କେନ୍ଦ୍ର ଖୋଲାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ମୟୂରଭଞ୍ଜ

ଭୋଟ ଗଣତି କାର୍ଯ୍ୟକୁ ସୂଚାରୁ ରୂପେ ସାରିବା ପାଇଁ କାଉଣ୍ଟିଂ ଟେବୁଲରେ ଜଣେ କାଉଣ୍ଟିଂ ସୁପର ଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ମାଇକ୍ରୋ ଅବଜରଭର ମାନେ ନିଯୋଜିତ ହୋଇଛନ୍ତି I ତେବେ ବିଧାନସଭା ଏବଂ ଲୋକସଭା ଭୋଟ ଗଣନା ପାଇଁ କାଉଣ୍ଟିଂ ଟେବୁଲର ବ୍ୟବସ୍ଥା କରାଯାଇଛି ।

ବାରିପଦା ତକତପୁର ଏମପିସି ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବାରିପଦା ବିଧାନସଭା କ୍ଷେତ୍ର ପାଇଁ ୨୨ ରାଉଣ୍ଡ , ବାଙ୍ଗିରିପୋଷି ବିଧାନସଭା କ୍ଷେତ୍ର ପାଇଁ ୧୯ ରାଉଣ୍ଡ , ବଡସାହି ବିଧାନସଭା କ୍ଷେତ୍ର ପାଇଁ ୨୦ ରାଉଣ୍ଡ, ମୋରଡା ବିଧାନସଭା କ୍ଷେତ୍ର ପାଇଁ ୨୧ ରାଉଣ୍ଡ ଭୋଟ ଗଣତି କରାଯିବ ।

ସେହିପରି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟଠାରେ ସାରସକଣା ବିଧାନସଭା କ୍ଷେତ୍ର ପାଇଁ ୩୩ ରାଉଣ୍ଡ ଏବଂ ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ପାଇଁ ୩୭ ରାଉଣ୍ଡ ଭୋଟ ଗଣତିର ବ୍ୟବସ୍ଥା କରାଯାଇଥିବାବେଳେ କରଞ୍ଜିଆ ବାଳକ ଉଚ୍ଚବିଦ୍ୟାଳୟ ଯଶିପୁର ବିଧାନସଭା କ୍ଷେତ୍ର ପାଇଁ ୩୭ ରାଉଣ୍ଡ ଏବଂ କରଞ୍ଜିଆ ପାଇଁ ୩୧ ରାଉଣ୍ଡ ଗଣତି କରାଯିବ । ସେହିପରି ଉଦଳା ବିଧାନସଭା କ୍ଷେତ୍ର ପାଇଁ ୨୩ ରାଉଣ୍ଡ ଗଣତି ହେବ ।

ସେହିପରି ଗଣମାଧ୍ୟମ ପ୍ରତିନିଧି ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ପରିଚୟ ପତ୍ରକୁ ଦେଖାଇ କାଉଣ୍ଟିଂ ହଲକୁ ପ୍ରବେଶର ବ୍ୟବସ୍ଥା କରାଯାଇଛି । ସମସ୍ତ ସ୍ଥାନକୁ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି I ପ୍ରଥମେ ପୋଷ୍ଟାଲ ବାଲାଟ୍ଟ ଗଣତି ପରେ ଇଭିଏମ ଭିଭିପାଟ ଗଣତି କରାଯିବ।

ସେପଟେ ଗଣତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ସହ ସିସିଟିଭି ବ୍ୟବସ୍ଥା କରାଯାଇଛି I

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

SLUG-COUNTING
AVO-MRUTYUNJAY SENAPATI,MAYURBHANJ
DATE-23.05.2019
ANCHOR-Mayurbhanj- ଆରମ୍ଭ ହେବ ମତଦାନ ଗଣତି।ସକାଳ ୮ ଆରମ୍ଭ ହେବାକୁ ଯାଉଛି ଗଣତି। ପୁରା କଡ଼ାକଡ଼ି ସୁରକ୍ଷା ବଳୟରେ ଚାଲିବ ଗଣତି।ଆରମ୍ଭ ହୋଇଛି ଷ୍ଟ୍ରଙ୍ଗରୁମ ଏଣ୍ଟ୍ରିରୀ। ତା ପାଇଁ ଲମ୍ବା ଧାଡିରେ  କାଉଣ୍ଟିଙ୍ଗ ଏଜେଣ୍ଟ ଏବଂ ଅଧିକାରୀ। ତେବେ ଗଣତି ପରେ ଭାଗ୍ୟ ନିର୍ଧାରଣ ହେବ ପ୍ରାର୍ଥୀ ମାନଙ୍କର। ମୟୂରଭଞ୍ଜ ଜିଲ୍ଲାରେ ୯ ଟି ବିଧାନସଭା ଗୋଟିଏ ଲୋକସଭା ପାଇଁ  ଭୋଟ ଗଣତି ହେବ I ମୟୂରଭଞ୍ଜରେ ୪ ଟି ସ୍ଥାନରେ ଗଣତି କେନ୍ଦ୍ର କରାଯାଇଛି I ଭୋଟ ଗଣତି କାର୍ଯ୍ୟକୁ ସୂଚାରୁ ରୂପେ ସାରିବା ପାଈଁ କାଉଣ୍ଟିଂ  ଟେବୁଲରେ ଜଣେଜଣେ କାଉଣ୍ଟିଂ ସୁପର ଭାଇଜର , କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ମାଇକ୍ରୋ ଅବଜରଭର ମାନେ ନିଯୋଜିତ ହୋଇଛନ୍ତି I ତେବେ ବିଧାନସଭା ଏବଂ ଲୋକସଭା ଭୋଟ ଗଣନା ପାଈଁ କାଉଣ୍ଟିଂ ଟେବୁଲର ବ୍ୟବସ୍ଥା କରାଯାଇଛି I  ବାରିପଦା  ତକତପୁର ଏମପିସି ସୋୟଙ୍ଗ ଶାସିତ ମହାବିଦ୍ୟାଳୟ ରେ  ବାରିପଦା ବିଧାନସଭା କ୍ଷେତ୍ର ପାଈଁ ୨୨ ରାଉଣ୍ଡ  ବଙ୍ଗିରିପୋଷି  ବିଧାନସଭା କ୍ଷେତ୍ର ପାଈଁ ୧୯ ରାଉଣ୍ଡ  ,ବଡସାହି   ବିଧାନସଭା କ୍ଷେତ୍ର ପାଈଁ ୨୦ ରାଉଣ୍ଡ  ,ମୋରଡା  ବିଧାନସଭା କ୍ଷେତ୍ର ପାଈଁ  ୨୧ ରାଉଣ୍ଡ ଭୋଟ ଗଣତି କରାଯିବ I ସେହିପରି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଠାରେ ସାରସକଣା  ବିଧାନସଭା କ୍ଷେତ୍ର ପାଈଁ ୩୩ ରାଉଣ୍ଡ ଏବଂ ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ପାଈଁ ୩୭ ରାଉଣ୍ଡ ଭୋଟ ଗଣତିର ବ୍ୟବସ୍ଥା କରାଯାଇଥିବାବେଳେ କରଞ୍ଜିଆ ବାଳକ ଉଚବିଦ୍ୟାଳୟରେ  ଯଶିପୁର ବିଧାନସଭା କ୍ଷେତ୍ର ପାଈଁ ୩୭ ରାଉଣ୍ଡ ଏବଂ କରଞ୍ଜିଆ   ପାଈଁ ୩୧ ରାଉଣ୍ଡ ଗଣତି କରାଯିବ I ଉଦଳା ବିଧାନସଭା କ୍ଷେତ୍ର ପାଈଁ  ୨୩ ରାଉଣ୍ଡ ଗଣତି ହେବ I ସେହିପରି ଗଣମାଧ୍ୟମ ପ୍ରତିନିଧି ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ପରିଚୟ ପତ୍ରକୁ ଦେଖାଇ କାଉଣ୍ଟିଂ ହଲକୁ ପଶିପରିବାର ବ୍ୟବସ୍ଥା କରାଯାଇଛି I ସମସ୍ତ ସ୍ଥାନକୁ ଜିଲ୍ଲାପ୍ରସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି I ପ୍ରଥମେ ପୋଷ୍ଟାଲ ବାଲଟ୍ଟ ଗଣତି ପରେ ଇଭିଏମ ଭି ଭି ପାଟ ଗଣତି କରାଯିବ I ସେପଟେ ଗଣତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ତ୍ରୀସ୍ତରୀୟ ସୁରକ୍ଷା ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ସହ ସିସି ଟିଭି ବ୍ୟବସ୍ଥା କରାଯାଇଛି I
Visual FTP
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.