ETV Bharat / state

ମୟୂରଭଞ୍ଜରେ କଡାକଡି ଚେକିଂ, ଜରିମାନା ଆଦାୟ ଆରମ୍ଭ

author img

By

Published : Jan 6, 2021, 6:42 PM IST

ମୟୂରଭଞ୍ଜ ପୋଲିସ ପକ୍ଷରୁ ଅମାନିଆ ବାଇକ ଚାଳକଙ୍କଠାରୁ ଜରିମାନା ଆଦାୟ ଆରମ୍ଭ। କିଛି ଦିନିର ଆଶ୍ୱସ୍ତ ପରେ ପୁଣି ଥରେ ନୂଆବର୍ଷରୁ ମୟୂରଭଞ୍ଜ ପୋଲିସ ଆରମ୍ଭ କରିଛି ଜୋରଦାର ଚେକିଂ। ଅଧିକ ପଢନ୍ତୁ...

Strict traffic checking in Mayurbhanj
ମୟୂରଭଞ୍ଜରେ କଡାକଡି ଚେକିଂ, ବାଇକ ଚାଳକଙ୍କଠାରୁ ଜରିମାନା ଆଦାୟ ଆରମ୍ଭ

ବାରିପଦା: ନୂଆବର୍ଷ ଠାରୁ ପୁଣି ଥରେ ମୟୂରଭଞ୍ଜ ପୋଲିସ ଆରମ୍ଭ କରିଛି ଅମାନିଆ ବାଇକ ଚାଳକଙ୍କ ଠାରୁ ଜରିମାନା ଆଦାୟ। ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜାନୁଆରୀ 2 ତାରିଖଠାରୁ ଜିଲ୍ଲାର 28 ଟି ଥାନା ଅଞ୍ଚଳରେ ପୁଲିସର ନାକାବନ୍ଦୀ ସମୟରେ ହେଲମେଟ୍ ଏବଂ ମାସ୍କ ପାଇଁ ଜନସାଧାରଣ ମୋଟା ଅଙ୍କର ଫାଇନ ଭରିଛନ୍ତି।

ସୂଚନାନୁଯାୟୀ, ଜାନୁଆରୀ 2 ତାରିଖରୁ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୧୦ ଟି ଭିସିଆର ବଦଳରେ ୧୧୭ ଜଣଙ୍କଠାରୁ ୧,୨୫,୫୦୦ ଟଙ୍କା ଆଦାୟ କରିଛି ପୋଲିସ। ସେହିପରି ୩ ତାରିଖରେ ୯୨ ଟି ଭିସିଆର ବଦଳରେ ୫୨ ହଜାର ଟଙ୍କା ଓ ମାସ୍କ ପିନ୍ଧି ନ ଥିବା ୮୨ ଜଣଙ୍କଠାରୁ ୩୪ ହଜାର ଟଙ୍କା ଆଦାୟ କରିଛି। ୪ ତାରିଖରେ ୧୬ ଟି ଥାନା ଅଞ୍ଚଳରୁ ଜରିମାନା ବାବଦକୁ ୧,୧୧,୦୦୦ ଟଙ୍କା ଆଦାୟ କରିଛି ମୟୁରଭଞ୍ଜ ପୋଲିସ। ନୂତନ ମୋଟର ଯାନ ଆଇନ ଅନୁଯାୟୀ ଜନ ସାଧାରଣଙ୍କୁ ସଚେତନ ରହିବା ପାଇଁ ଅପିଲ୍ କରିଛି ପୋଲିସ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.