ETV Bharat / state

କୁକୁରର ଭ୍ରମଣ ଯାତ୍ରା, ମୟୂରଭଞ୍ଜରୁ ପଦଯାତ୍ରାରେ ଆସିଲା ୩୮୦ କିମି

author img

By

Published : Dec 12, 2022, 8:29 PM IST

ଦୀର୍ଘ ୩୮୦ କିମି ଚାଲି ଚାଲି ଆସି ରାଜଧାନୀରେ ପହଞ୍ଚିଛି ଏକ କୁକୁର (Stray dog in lime light who travels 380km) । ନିଜ ଦାବି ନେଇ ଜିଲ୍ଲାରୁ ବାହାରିଥିବା ସାନ୍ତାଳୀ ଶିକ୍ଷକମାନଙ୍କ ସହିତ ଏହି କୁକୁରଟି ରାଜଧାନୀକୁ ଆସିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

କୁକୁରର ଭ୍ରମଣ ଯାତ୍ରା, ମୟୂରଭଞ୍ଜରୁ ପଦଯାତ୍ରାରେ ଆସିଲା ୩୮୦ କିମି
କୁକୁରର ଭ୍ରମଣ ଯାତ୍ରା, ମୟୂରଭଞ୍ଜରୁ ପଦଯାତ୍ରାରେ ଆସିଲା ୩୮୦ କିମି
କୁକୁରର ଭ୍ରମଣ ଯାତ୍ରା, ମୟୂରଭଞ୍ଜରୁ ପଦଯାତ୍ରାରେ ଆସିଲା ୩୮୦ କିମି

ଭୁବନେଶ୍ବର: କୁକୁରର ଦୀର୍ଘ ୩୮୦ କିଲୋମିଟର ପଦଯାତ୍ରା (Stray dog in lime light who travels 380km) । ନିଜ ଦାବି ଜଣାଇବା ପାଇଁ ନବୀନ ନିବାସ ଅଭିମୁଖେ ସୁଦୂର ମୟୂରଭଞ୍ଜରୁ ବାହାରିଥିବା ସାନ୍ତାଳୀ ଶିକ୍ଷକଙ୍କ ସହ ଏହି କୁକୁର ମଧ୍ୟ ପଦଯାତ୍ରା କରିଛି (Mayurbhanj to Bhubaneswar through Padyatra) । ଶିକ୍ଷକ ପଦଯାତ୍ରାର ସାଥୀ ସାଜି ମୟୂରଭଞ୍ଜରୁ ଆସି ରାଜଧାନୀରେ ପହଞ୍ଚିଛି କୁକୁର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵର ପାୱାର ହାଉସ ଛକରେ । ଯାହାକି ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

କଥାରେ ଅଛି କୁକୁର ଏକ ବିଶ୍ବାସୀ ପ୍ରାଣୀ । ନିଜ ମାଲିକଙ୍କର ସୁରକ୍ଷା ପାଇଁ ସେ ସମସ୍ତ ବିପଦକୁ ସାମନା କରିଥାଏ । ମାଲିକକୁ କ୍ଷଣେ ଏକାକୀ ଛାଡ଼ିନଥାଏ । ଏ ତ ଥିଲା ପୋଷା କୁକୁରର କଥା । ଆମେ ଏଠାରେ ଏକ ବୁଲା କୁକୁରର କଥା କହୁଛୁ । ଯିଏ କି ମୟୂରଭଞ୍ଜରୁ ବାହାରିଥିବା ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ଚାଲି ଚାଲି ଭୁବନେଶ୍ବରରେ ପହଞ୍ଚିଛି । ଦୀର୍ଘ ୩୮୦ କିଲୋମିଟର ପଦଯାତ୍ରା କରିଛି ଏହି କୁକୁର ।

ଏହା ବି ପଢନ୍ତୁ- ଜାତୀୟ କୁକୁର ପ୍ରଦର୍ଶନୀ: କୌତୁହଳ ପ୍ରଦର୍ଶନ କରି ମନ ଜିଣିଲେ ଦେଶୀ ଓ ବିଦେଶୀ କୁକୁର

ପୁରା ଘଟଣା ଦେଖିବାକୁ ଗଲେ ସାନ୍ତାଳୀ ଭାଷାର ମାନ୍ୟତା ଦାବିରେ ଦୀର୍ଘ ୨୮ ଦିନ ଧରି ପଦଯାତ୍ରାରେ ବାହାରିଥିଲେ ସାନ୍ତାଳୀ ଶିକ୍ଷକ ମାନେ । ନିୟମିତ ଶିକ୍ଷକ ଦାବିରେ ସାନ୍ତାଳୀ ଭାଷାର ଶିକ୍ଷକ ମାନଙ୍କ ଭାଷା ଭିତ୍ତିକ ପଦଯାତ୍ରାରେ ସାମିଲ ହୋଇଥିଲା ଏହି ବିଶ୍ଵାସୀ କୁକୁର । ଶିକ୍ଷକ ମାନେ ରାସ୍ତାରେ ଯାହା ଖାଉଥିଲେ ତାକୁ ଦେଉଥିଲେ ଏବଂ ରାତ୍ରି ଯାପନ ବେଳେ କୁକୁର ବି ସେମାନଙ୍କ ପାଖରେ ଶୋଉଥିବା କହିଛନ୍ତି ଜଣେ ଶିକ୍ଷକ ।

ଏ ନେଇ ଜଣେ ଆନ୍ଦୋଳନରତ ଶିକ୍ଷକ କହିଛନ୍ତି, " ଆଜିଠୁ ୨୮ ଦିନ ହେଲାଣି ଆମେ ଚାଲି ଚାଲି ଆସିଛୁ । ପାୱାର ହାଉସ ଛକରେ ଆମକୁ ପ୍ରଶାସନ ଅଟକାଇଛି, ଯାହାଦ୍ବାରା ଆମେ ଆଗକୁ ଯାଇପାରୁନାହୁଁ । ଗତ ୧୫ ତାରିଖ ଠାରୁ ଆମେ ଯେବେ ପଦଯାତ୍ରାରେ ବାହାରିଥିଲୁ, କୁକୁରଟି ମଧ୍ୟ ଆମ ସାଙ୍ଗରେ ଆସିଥିଲା । ଆମ ସହିତ ସେ ସର୍ବଦା ରହିଥିବା ବେଳେ ଆମେ ଯେଉଁଠି ରହୁଛୁ, ସେଠାରେ ସେ ରହୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.