ETV Bharat / state

ରାଇରଙ୍ଗପୁର ଅଧ୍ୟାପିକା ମୃତ୍ୟୁ ଘଟଣାରେ ରାଜ୍ୟ ମହିଳା କମିଶନଙ୍କ ସମୀକ୍ଷା

ରାଇରଙ୍ଗପୁର ଅଧ୍ୟାପିକା ମୃତ୍ୟୁ ଘଟଣାର ସମୀକ୍ଷା ପାଇଁ ମୟୂରଭଞ୍ଜ ଗସ୍ତରେ ରାଜ୍ୟ ମହିଳା କମିଶନଙ୍କ 3ଜଣିଆ ଟିମ । ଝାରପୋଖରିଆ ଥାନା ଓ ରାଇରଙ୍ଗପୁରର ହୋଇଥିବା ମାମଲାର ସମୀକ୍ଷା କରିବା ସହ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ।

lecture death case
ରାଇରଙ୍ଗପୁର ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା
author img

By

Published : Dec 3, 2019, 5:46 PM IST

ରାଇରଙ୍ଗପୁର: ବହୁଚର୍ଚ୍ଚିତ ରାଇରଙ୍ଗପୁର ଅଧ୍ୟାପିକା ମୃତ୍ୟୁ ଘଟଣାର ସମୀକ୍ଷା କରିବା ପାଇଁ ରାଜ୍ୟ ମହିଳା କମିଶନର ମିନତି ବେହେରା ନେତୃତ୍ବରେ ଏକ ତିନି ଜଣିଆ ଟିମ ମୟୂରଭଞ୍ଜ ଗସ୍ତ କରିଛି । ଏହି ଟିମରେ ଅତିରିକ୍ତ ପୋଲିସ ଏସପି ବିଜୟା ବାରୱା ଓ ନିର୍ବାହୀ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ସାମିଲ ଅଛନ୍ତି । ମୟୂରଭଞ୍ଜ ଗସ୍ତ ବେଳେ ଏହି ଟିମ ସହ ଉପସ୍ଥିତ ଥିଲା ଜିଲ୍ଲା ବିଜେପି ।

ଏହି ଟିମ ମୟୂରଭଞ୍ଜ ଏସପି ସ୍ମିଥ ପି ପରମାରଙ୍କ ସହ ଆଲୋଚନା କରିବା ସହ ପୀଡିତାଙ୍କ ପରିବାରକୁ ଭେଟିଥିଲା । ଏହା ସହ ରାଇରଙ୍ଗପୁର ଓ ଝାରପୋଖରିଆ ଥାନାରେ ହୋଇଥିବା ମାମଲାର ସମୀକ୍ଷା କରିଛି ଟିମ । ଏହାପରେ ରାଇରଙ୍ଗପୁର ଏସଡିପିଓ ଓ ଆଇଆଇସିଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ମହିଳା କମିଶନଙ୍କ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ତନ୍ନ ତନ୍ନ କରି ଅନୁସନ୍ଧାନ କରିଥିଲେ । ଛାତ୍ରୀ ନିବାସରେ ପ୍ରିନ୍ସପାଲ, ମେଟ୍ରୋନ ଓ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ କଥାବାର୍ତ୍ତା କରିଥିଲେ ।

ରାଇରଙ୍ଗପୁର ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା

ଏଥିସହ ମୃତ ଅଧ୍ୟାପିକାଙ୍କ ପରିବାରକୁ କ୍ଷତି ପୂରଣ ବାବଦ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ପ୍ରାଧିକରଣକୁ ଲିଖିତ ଭାବେ ଜଣାଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଏ ଘଟଣାର ପ୍ରତିଟି ଦିଗକୁ ଦୃଷ୍ଟି ଦେବାକୁ ପୋଲିସକୁ ପରାମର୍ଶ ଦେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଏବଂ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରେ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡକ୍ଟର ମୀନତି ବେହେରା ଙ୍କ ମୟୁରଭଞ୍ଜ ଗସ୍ତ। ମହିଳା କମିଶନ ଅଧ୍ୟକ୍ଷା ଙ୍କ ସମେତ ଅତିରିକ୍ତ ଏସପି ବିଜୟା ବାରୱ। ଏବଂ legal assistant ଅରବିନ୍ଦ ପଟ୍ଟନାୟକ ସହ ଏକ ତିନି ଜଣିଆ ଟିମ୍ ଘଟଣାର ଅଧିକ ତଦନ୍ତ ପାଇଁ ଆସିଥିଲେ। ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଙ୍କ ସହ ଘଟଣା ସମ୍ବନ୍ଧରେ ଆଲୋଚନା କରିବା ସହ କମିଶନ ପିଡିତାଙ୍କ ପରିବାର କୁ ଝାରପୋଖରିଆ ରେ ଭେଟି ଥିଲେ। ସେଠାରୁ ଝାରପୋଖରିଆ ଥାନା ରେ ହୋଇଥିବା ମାମଲାର ସମୀକ୍ଷା କରି ରାଇରଙ୍ଗପୁର ପରିଦର୍ଶନ ରେ ପହଞ୍ଚିଥିଲେ। ରାଇରଙ୍ଗପୁର ଟାଉନ ଥାନାରେ ଅଧ୍ୟାପିକା ମୃତ୍ୟୁ ଘଟଣାକୁ ନେଇ ସମୀକ୍ଷା କରିବା ସହିତ ରାଇରଙ୍ଗପୁର ଏସଡିପିଅ ଓ ଆଇଆଇସି ଙ୍କ ସହ ଆଲୋଚନା କରିଥିଲେ। ପରେ ସେଠାରୁ ମହିଳା କମିଶନ ର ଟିମ୍ ଘଟଣାସ୍ଥଳକୁ ଯାଇ ଘଟଣାର ତନ୍ନ ତନ୍ନ କରି ଅନୁସନ୍ଧାନ କରିଥିଲେ। ଛାତ୍ରୀ ନିବାସରେ ପ୍ରିନ୍ସପାଲ, ମେଟ୍ରୋନ ଓ ହଷ୍ଟେଲ ଛାତ୍ରୀ ମାନଙ୍କ ସହିତ ଅଧ୍ୟାପିକା ମୃତ୍ୟୁ ଘଟଣା କୁ ନେଇ ଆଲୋଚନା କରିଥିଲେ। ମୃତ ଅଧ୍ୟାପିକା ଙ୍କ ପରିବାର କୁ କ୍ଷତି ପୂରଣ ବାବଦ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ district legal agency କୁ ଲିଖିତ ଦେଇଥିବାର ମହିଳା କମିଶନ ଅଧ୍ୟକ୍ଷା ସୂଚନା ଦେବା ସହ ପୋଲିସ କୁ ମଧ୍ୟ ଘଟଣାର ଅନୁଧ୍ୟାନ ବିଷୟରେ ପରାମର୍ଶ ଦେଇଛନ୍ତି।
byte _ ଡକ୍ଟର ମୀନତି ବେହେରା, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.