ETV Bharat / state

ସ୍ନାନବେଦୀରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇଉଠିଥିଲା ରାଇରଙ୍ଗପୁର ସହର । ଘଣ୍ଟ. ଶଙ୍ଖ, ହୁଳହୁଳି ନାଦରେ କମ୍ପିଥିଲା ଗଗନ ପବନ । ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପରେ ଗଜବେଶରେ ଦର୍ଶନ ଦେଲେ ତିନିଠାକୁର ।

author img

By

Published : Jun 17, 2019, 7:54 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରରୁ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନବେଦୀରେ ଭାଇ ଭଉଣୀଙ୍କ ସହ ବିଜେ କରି ସ୍ନାନ କରିଛନ୍ତି ବଳିଆରଭୂଜ କଳାକଳେବର କାଳିଆ ଠାକୁର । ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ରୀତିନିତି ଅନୁସାରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ମଧ୍ୟ ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଆଳତୀ ଇତ୍ୟାଦି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜେ । ଶ୍ରୀମନ୍ଦିରର ସ୍ନାନ ମଣ୍ଡପକୁ ସୁସଜ୍ଜିତ କରାଯିବା ସହ ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳି ଧ୍ବନିରେ ଠାକୁରଙ୍କୁ ପହଣ୍ଡି ବିଜେ କରାଇ ସ୍ନାନ ବେଦିକୁ ଆଣିଥିଲେ ଦଇତାପତି ସେବକମାନେ।

ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜା ଶେଷ କରି ୧୦୮ କଳସ ଜଳରେ ତିନି ଠାକୁରଙ୍କୁ ସ୍ନାନ କରାଇଥିଲେ ମୁଖ୍ୟ ପୂଜକ। ତେବେ ପ୍ରତ୍ୟେକ ଦିନ ଠାକୁର ମାନେ ଦର୍ପଣ ଜରିଆରେ ସ୍ନାନ କରୁଥିବା ବେଳେ ଆଜି ସମସ୍ତଙ୍କ ସମ୍ମୁଖରେ ଦିବ୍ୟସ୍ନାନ କରିଥିଲେ ମହାପ୍ରଭୁ । ଶୃଙ୍ଖଳିତ ଭାବେ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସ୍ନାନ ବେଦୀରେ ଠାକୁରଙ୍କୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଭକ୍ତ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଆଜି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ରଥଯାତ୍ରା ର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇ ଯାଇଛି। ଶ୍ରୀମନ୍ଦିର ରୁ ବାହାରି ସ୍ନାନ ବେଦୀ ରେ ଅଗଣିତ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଆରତୀ ଇତ୍ୟାଦି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜେ। ଶ୍ରୀମନ୍ଦିର ର ସ୍ନାନ ମଣ୍ଡପ
କୁ ସୁସଜ୍ଜିତ କରାଯିବା ସହ ଘଣ୍ଟା ହରିବୋଲ ହୁଳହୁଳି ଧ୍ବନି ରେ ଠାକୁରଙ୍କୁ ପହଣ୍ଡି ବିଜେ କରି ସ୍ନାନ ବେଦି କୁ ଆଣିଥିଲେ ଦଇତାପତି ସେବକମାନେ। ସ୍ନାନବେଦୀ ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପୂଜା ଶେଷ କରି ୧୦୮ କଳସ ଜଳରେ ତିନି ଠାକୁରଙ୍କୁ ସ୍ନାନ କରାଇଥିଲେ ମୁଖ୍ୟ ପୂଜକ। ତେବେ ପ୍ରତ୍ୟେକ ଦିନ ଠାକୁର ମାନେ ଦର୍ପଣ ଜରିଆରେ ସ୍ନାନ କରୁଥିବା ବେଳେ ଆଜି ସମସ୍ତଙ୍କ ସମ୍ମୁଖରେ ଦିବ୍ୟସ୍ନାନ କରିଥିଲେ ମହାପ୍ରଭୁ। ଶୃଙ୍ଖଳିତ ଭାବେ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଥିଲା। ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ଭକ୍ତ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.