ରାଇରଙ୍ଗପୁର : ଗତ ଏପ୍ରିଲ ୧୪ ତାରିଖରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ପେଟ୍ରୋଲ ପମ୍ପ ନିକଟରୁ ଜନୈକ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୩୦ହଜାର ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୬ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କରଞ୍ଜିଆ ପୋଲିସ । ଗିରଫ ଅଭିଯୁକ୍ତମାନେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଲୁଟ ମଧ୍ୟ କରିଥିବା ପୋଲିସ ସୂଚନା ଦେଇଛି ।
ସେଥିମଧ୍ୟରୁ ଜଣେ ଅଭିଯୁକ୍ତ ଜଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଡ୍ରାଇଭର ଭାବେ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଗତ ଏପ୍ରିଲ ୧୪ ତାରିଖରେ ଲୁଟ ଘଟଣାରେ ଡ୍ରାଇଭର ଜଣକ ସମ୍ପୃକ୍ତ ଥିଲେ । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉଗ୍ରସେନ ବାନସିଂ, ଟିକାୟତ ଗିରିଙ୍କ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗମାନଙ୍କ ସହିତ ସମ୍ପୃକ୍ତ ଥିବା ଜଣାପଡିଛି ।
ଇଟିଭି ଭାରତ, ରାଇରଙ୍ଗପୁର