ରାଇରଙ୍ଗପୁର: ଶିମିଳିପାଳର ସୁରକ୍ଷା ନେଇ ଭଞ୍ଜସେନାର ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ । ଏହି ଅବସରରରେ ରାଇରଙ୍ଗପୁର ଉପଖଣ୍ଡ ଓ କରଞ୍ଜିଆ ଉପଖଣ୍ଡରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ସହ ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି ।
ବିଶ୍ବବିଖ୍ୟାତ ଶିମିଳିପାଳରେ ଲାଗିରହିଥିବା ଭୟାବହ ଅଗ୍ନିକାଣ୍ଡକୁ ତୁରନ୍ତ ରୋକାଯିବା, ଶିମିଳିପାଳର ପୂର୍ବ ଗୌରବ ଓ ଗରିମାକୁ ଫେରାଇ ଆଣିବା, ଶିମିଳିପାଳର ସୁରକ୍ଷା ଦାୟିତ୍ବରେ ଥିବା ବ୍ୟଘ୍ର ସଂରକ୍ଷଣ ଉପନିର୍ଦେଶକ ଯଜ୍ଞବିତ ପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର ଦାବି ନେଇ ଭଞ୍ଜସେନା ୯ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଆଜି(ବୁଧବାର) ସକାଳ ୬ ଟାରୁ ପାଳନ କରାଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ