ETV Bharat / state

୬ ମାସ ପରେ ଖୋଲିଲା ଶିମିଳିପାଳ, ପ୍ରଥମ ଦିନରେ ଜମିଲା ପର୍ଯ୍ୟଟକଙ୍କ ଭିଡ଼ - ଶିମିଳିପାଳ ଅଭୟାରଣ୍ୟ

ଦୀର୍ଘ 6 ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଭୟାରଣ୍ୟକୁ ଉପଭୋଗ କରିବା ପାଇଁ ପ୍ରଥମ ଦିନରେ ରାଜ୍ୟ ତଥା ରାଜ୍ୟ ବାହରୁ ଲାଗିଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ହସ ହସ ମୁହଁରେ ଗୋଲାପ ଫୁଲ ହାତରେ ଧରି ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି ପର୍ଯ୍ୟଟକ । ଅଧିକ ପଢନ୍ତୁ...

୬ ମାସ ପରେ ଖୋଲିଲା ଶିମିଳିପାଳ, ପ୍ରଥମ ଦିନରେ ଜମିଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

author img

By

Published : Nov 1, 2021, 6:01 PM IST

ବାରିପଦା: ଗତ ମେ’ ମାସରୁ ବନ୍ଦ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯଟକଙ୍କ ଖୋଲିଛି । ଦୀର୍ଘ 6 ମାସର ବ୍ୟବଧାନ ପରେ ପର୍ଯ୍ୟଟନ ୠତୁରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଶିମିଳିପାଳ ଅଭୟାରଣ୍ୟର ନୈସର୍ଗିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ସୁଯୋଗ ପାଇଥିବାରୁ ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ରହିଥିବା ବେଳେ ବିଭାଗ ପକ୍ଷରୁ ଗୋଲାପ ଫୁଲ ଦେଇ ପର୍ଯ୍ୟଟକଙ୍କୁ କରାଯାଇଛି ସ୍ବାଗତ ।

ଦୀର୍ଘ ୬ ମାସ ପରେ ଖୋଲିଲା ଶିମିଳିପାଳ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

ଶିମିଳିପାଳ ଅଭୟାରଣ୍ୟର ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଆଜି ସକାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ପୀଠବଟା ଗେଟ ନିକଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ଅନ୍ୟପକ୍ଷରେ ପ୍ରତ୍ୟେକ ଦିନ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ସକାଳ 6ଟାରୁ 9 ଟା ମଧ୍ୟରେ ବାରିପଦା ପାର୍ଶ୍ବରୁ ପିଠାବଟା ଗେଟ ଦେଇ ସର୍ବାଧିକ 25ଟି ଚାରି ଚକିଆ ଯାନ ଓ ଜଶିପୁରର କାଳିଆଣି ଗେଟରେ ସର୍ବାଧିକ 35ଟି ଯାନ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ । ଆଗୁଆ ବୁକିଙ୍ଗ କରି ରାତ୍ରି ଯାପନ କରିବା ସହ ୱାଚ ଟାୱାରରୁ ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ତେବେ କୋଭିଡ଼ କଟକଣା ମଧ୍ୟରେ ଆଜି ପ୍ରଥମ ଦିନରେ ଅଧିକ ପର୍ଯ୍ୟଟକ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି ବୋଲି କହିଛନ୍ତି ରେଞ୍ଜର ।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ପର୍ଯ୍ୟଟକଙ୍କ ପ୍ରତ୍ୟେକ ଗାଡ଼ିରେ ଜଣେ ଗାଇଡ଼ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପକ୍ଷରେ ପ୍ଲାଷ୍ଟିକ, ମାଦକ ଦ୍ରବ୍ୟ ସହ ଆମିଷ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ପ୍ରଥମ ଦିନରେ ପିଠାବଟା ଗେଟ ଓ କାଳିଆଣି ଗେଟରୁ ୪୦ରୁ ଊର୍ଦ୍ଧ୍ବ ୪ ଚାକିଆ ଯାନରେ ୩୦୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଛନ୍ତି । ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ବିଶେଷ କରି ଯୁବପିଢ଼ି ଓ ଛୋଟ ପିଲାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଦୁଃସାହାସିକ କ୍ରୀଡାକୁ ଏଥିରେ ସାମିଲ କରାଯାଇଛି ।

ଗୁଡଗୁଡିଆ ପର୍ଯ୍ୟଟନ ସ୍ଥଳରେ ବି ପର୍ଯ୍ୟଟକଙ୍କ ପାଇଁ ଟ୍ରି କୋର୍ସର ସୁବିଧା କରାଯାଇଛି । ସେହିପରି କମାଣ୍ଡୋରେ ପର୍ଯ୍ୟଟକଙ୍କ ପାଇଁ ନୂଆକରି କମାଣ୍ଡୋ ଟାୱାର, ଚିଲଡ୍ରେନ୍ସ ପ୍ଲେ ଓ ହର୍ଡଲ୍ସ ଭଳି ସୁବିଧା କରାଯାଇଛି ।

ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ । ଆଉ ସେଇଥିପାଇଁ ଶିମିଳିପାଳ ଅଭୟାରଣ୍ୟକୁ ଆଜି ଉଭୟ ପଟୁ ଶିମିଳିପାଳ ଅଭୟାରଣ୍ୟର ଅନନ୍ଯ ଏବଂ ଅପୂର୍ବ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.