ETV Bharat / state

ଲିଭୁନି ନିଆଁ, ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭାଇବାରେ ବିଫଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଛି ଅଣରାଜନୈତିକ ସଂଗଠନ ଭଞ୍ଜସେନା। ଭଞ୍ଜସେନା ପକ୍ଷରୁ ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଉଛି । ଅଧିକ ପଢନ୍ତୁ...

ଲିଭୁନି ନିଆଁ, ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ଲିଭୁନି ନିଆଁ, ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
author img

By

Published : Mar 10, 2021, 7:50 AM IST

ବାରିପଦା: ବିଶ୍ବ ବିଖ୍ୟାତ ତଥା ଦ୍ବିତୀୟ ସର୍ବବୃହତ ଜୈବ ମଣ୍ଡଳୀ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭିବାର ନା ଧରୁନି। ନିଆଁକୁ ଆୟତ୍ତ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ କହି ଗର୍ଜିଛି ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା । ଯାହାକୁ ନେଇ ଆଜି ୯ ଘଣ୍ଟିଆ ବନ୍ଦ ଡାକରା ମଧ୍ୟ ଦେଇଛି ଭଞ୍ଜସେନା । ସକାଳ ୬ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ବନ୍ଦ ପାଳିତ ହେଉଛି।

ଲିଭୁନି ନିଆଁ, ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ଭଞ୍ଜସେନା କର୍ମକର୍ତ୍ତା ମାନେ ୧୮ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ସମୟରେ ଜରୁରୀ ସେବା ଛାଡିଦେଲେ ଚକ ଅଖ, ସରକାରୀ, ବେସରକାରୀ ଅଫିସ, ଦୋକାନ ବଜାର, ବସ ଟ୍ରକ ସବୁ ବନ୍ଦ ରହିଛି। ଅଭୟାରଣ୍ୟରେ ଦୀର୍ଘ ୧୫ ଦିନରୁ ଅଧିକ ସମୟରେ ଧରି ନିଆଁ ଲାଗିଛି।

ଏହାକୁ ତୁରନ୍ତ ଆୟତ୍ତ କରି ପୂର୍ବ ଗୌରବ ଗାରିମାକୁ ଫେରାଇ ଆଣିବାକୁ ଦାବି କରିଛି ଅଣରାଜନୈତିକ ସଙ୍ଗଠନ। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ନିଆଁ ଲିଭୁନଥିବା ଅଭିଯୋଗ କରିଛି ଭଞ୍ଜସେନା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.