ETV Bharat / state

ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଉଠା ଦୋକାନୀଙ୍କ ରାସ୍ତାରୋକ

author img

By

Published : Mar 17, 2021, 2:02 PM IST

ବାରିପଦା ସହରରେ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା। ତେବେ ଏହାକୁ ବିରୋଧ କରି ଭଞ୍ଜପୁରଠାରେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଅସ୍ଥାୟୀ ଉଠା ଦୋକାନୀମାନେ । ଅଧିକ ପଢନ୍ତୁ...

ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଉଠା ଦୋକାନୀଙ୍କ ରାସ୍ତାରୋକ
ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଉଠା ଦୋକାନୀଙ୍କ ରାସ୍ତାରୋକ

ବାରିପଦା: ସହରରେ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା। ସହରର ରାସ୍ତା ପାର୍ଶ୍ଵରେ ଥିବା ଅସ୍ଥାୟୀ ଦୋକାନୀଙ୍କ ଦୋକାନ ଭଙ୍ଗା ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ପ୍ରଥମେ ଦୋକାନୀଙ୍କୁ ନୋଟିସ ପରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଭଞ୍ଜପୁରର ଅସ୍ଥାୟୀ ଉଠା ଦୋକାନୀମାନେ । ଉଠା ଦୋକାନୀମାନେ ଏହାକୁ ବିରୋଧ କରି ମୁର୍ଗାବାଡ଼ିରୁ ବାରିପଦା ସହରକୁ ଯାଇଥିବା ମୁଖ୍ୟ ରାସ୍ତାର ଭଞ୍ଜପୁରଠାରେ ରାସ୍ତା ରୋକ କରିଥିଲେ।

ଉଠା ଦୋକାନୀଙ୍କ ଅଭିଯୋଗ ଅନୁଯାୟୀ ପ୍ରଥମେ ସେମାନଙ୍କୁ ଥଇଥାନ କରାଯାଉ, ଏବଂ ପରେ ଜବର ଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହେଉ । ତେବେ ଖବର ପାଇ ବାରିପଦା ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ରାସ୍ତାରୋକ ହଟିଥିବା ଜଣାପଡିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.