ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଶୁଭାରମ୍ଭ ହେଲା ୨୪ ଘଣ୍ଟିଆ ‘ଶିମିଳିପାଳ ଆକୱା ଫ୍ରେସ’। ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏହାକୁ ଶୁଭାରମ୍ଭ କରିଛନ୍ତି ।
ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସହଯୋଗରେ ଏହା ଉଦଘାଟିତ ହୋଇଛି। ଏହା ଦ୍ବାରା ଜିଲ୍ଲାର ସମସ୍ତ ମତ୍ସ୍ୟ ଚାଷୀ ଉପକୃତ ହୋଇପାରିବେ। କୋଭିଡ-୧୯ ସମୟରେ ଜିଲ୍ଲାବାସୀଙ୍କ ଜୀବନଜୀବିକାକୁ ନଜରରେ ରଖି ମତ୍ସ ଚାଷୀଙ୍କୁ ଏହା ପ୍ରୋତ୍ସାହନ ଯୋଗାଇବା ।
ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଛ ଚାଷୀଙ୍କ ନିକଟରୁ ମାଛ କିଣିବା ସହ ଜିଲ୍ଲାବାସୀ ଫ୍ରେସ ମାଛ ୨୪ ଘଣ୍ଟା ପାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ