ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ଉନ୍ନତିକରଣ କାର୍ଯ୍ୟ ନିମ୍ନ ମାନର ହେଉଥିବାର ଅଭିଯୋଗ କରି ସେବାୟତ ସଂଘ ପକ୍ଷରୁ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ତେବେ ଏନେଇ ସଂଘର ସଭାପତି କାମେଶ୍ବର ତ୍ରିପାଠୀଙ୍କ ନେତୃତ୍ବରେ ଅନ୍ୟାନ୍ୟ ସେବାୟତ ମାନେ ଯୋଗଦେଇ ବାରିପଦାର ବଡ଼ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ