ETV Bharat / state

ବାଲି ମାଫିଆ-କରଞ୍ଜିଆ ତହସିଲଦାରଙ୍କ ମଧୁଚନ୍ଦ୍ରିକା, ବେଆଇନ ବାଲି ବୋହୁଛନ୍ତି ଚାଲାଣକାରୀ - ରାଇରଙ୍ଗପୁରରେ ବୃଦ୍ଧି ପାଉଛି ବେଆଇନ ବାଲି ଚୋରା ଚାଲାଣ

ରାଇରଙ୍ଗପୁର କରଞ୍ଜିଆ ଅଞ୍ଚଳର ବୃଦ୍ଧି ପାଉଛି ବେଆଇନ ବାଲି ଚୋରା ଚାଲାଣ । ବିଭିନ୍ନ ନଦୀ ପଠାରେ ବଡ ବଡ ମେସିନ ଲଗାଇ ବୋହି ନେଇଯାଉଛନ୍ତି ବାଲି । ଅଧିକ ପଢନ୍ତୁ...

sand  chalan
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Dec 5, 2019, 5:21 PM IST

Updated : Dec 5, 2019, 7:31 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ପଞ୍ଚପୀଢ଼ ଉପଖଣ୍ଡରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ବାଲି ଚାଲାଣ । ଏ ସମ୍ପର୍କରେ ଖବର ପାଇ ଆକ୍ସନ ମୁଡ଼ରେ ଏବେ କରଞ୍ଜିଆ ଏବଂ ଠାକୁରମୁଣ୍ଡା ତହସିଲଦାର। କରଞ୍ଜିଆ ଅଞ୍ଚଳର ନଦୀପଠାରେ ବେଆଇନ ଭାବେ ଦିନରାତି ବାଲି ଉତ୍ତୋଳନ ହେଉଥିବା ଖବର ପାଇବା ପରେ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି 5ଟି ଟ୍ରାକ୍ଟର ଏବଂ 3ଟି ହାଇୱା ଜବତ କରିଛନ୍ତି କରଞ୍ଜିଆ ତହସିଲଦାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଜବତ 3ଟି ଟ୍ରାକ୍ଟରକୁ 40 ହଜାର ଟଙ୍କା ଲେଖାଏଁ ଫାଇନ କରିଥିବା ବେଳେ ଗୋଟିଏ ଟ୍ରାକ୍ଟରକୁ 25 ହଜାର ଟଙ୍କା, ଗୋଟିଏ ଟିପରକୁ ମାତ୍ର 10 ହଜାର ଟଙ୍କା, ଗୋଟିଏ ହାଇୱାକୁ ୬୦ ହଜାର ଟଙ୍କା ଫାଇନ ଓ ଅନ୍ୟ 2ଟି ହାଇୱାକୁ ୩ ଲକ୍ଷ ଟଙ୍କା ଫାଇନ କାଟିଛନ୍ତି। ତେବେ ଗାଡ଼ି 2ଟିର ଫାଇନ ନ ଦେବା ସହ ଫରଜରୀ ଟ୍ରାଞ୍ଜିଟପାସ ରଖିଥିବା ହେତୁ ଗାଡି ମାଲିକଙ୍କ ବିରୋଧରେ କେସ କରିବା ପାଇଁ କରଞ୍ଜିଆ ଥାନାକୁ ଲିଖିତ ଅଭିଯୋଗ କରିଛନ୍ତି କରଞ୍ଜିଆ ତହସିଲଦାର ।

ଅନ୍ୟପଟେ କରଞ୍ଜିଆ ତହସିଲଦାର କିଛି ଗାଡିକୁ ବ୍ୟାପକ ଅନୁକମ୍ପା ଦେଖାଇ ଫାଇନ କରିଥିବା ବେଳେ ଅନ୍ୟ ଗାଡି ମାନଙ୍କ ବିରୋଧରେ ଏତେ କଠୋର ମନୋଭାଵ ଦେଖାଇବା କାରଣ କ'ଣ ଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। କିଛି ଗାଡିକୁ ଧରି ବାଃ ବାଃ ନେଉଥିବା ବେଳେ ବାଲି ଘାଟ ମାନଙ୍କରେ କେବେ ଚଢାଉ ହେବ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ।

ଅନ୍ୟପଟେ ଠାକୁରମୁଣ୍ଡା ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାଏକ ଗୁରୁବାର ସକାଳୁ ଗୋଟିଏ ବାଲି ବୋଝେଇ ହାଇୱା ଓ ଗୋଟିଏ ଚିପ୍ସ ବୋଝେଇ ହାଇୱା ଗାଡି ଠାକୁରମୁଣ୍ଡା ବଜାର ନିକଟରୁ ଜବତ କରିଛନ୍ତି । ଗାଡ଼ି ଗୁଡ଼ିକର ଯାଞ୍ଚ ବେଳେ ବୁଧବାର ଚାଲାଣ ହୋଇଥିବାର ଜଣାପଡିଛି । ଉକ୍ତ ଗାଡି 2ଟିକୁ ଜବତ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରଖିଥିବାର ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ପଞ୍ଚପୀଢ଼ ଉପଖଣ୍ଡ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ବାଲି ଚାଲାଣ। ବେଆଇନ ବାଲି ଚାଲାଣ ସମ୍ପର୍କରେ ଖବର ପାଇ ଆକ୍ସନ ମୁଡ଼ରେ କରଞ୍ଜିଆ ଏବଂ ଠାକୁରମୁଣ୍ଡା ତହସିଲଦାର। କରଞ୍ଜିଆ ଅଞ୍ଚଳର ବିଭିନ୍ନ ନାଳ ନଦୀ ମାନଙ୍କରେ ବେଆଇନ ଭାବେ ଦିନ ରାତି ବାଲି ଉତ୍ତୋଳନ ହେଉଥିବା ଖବର ପାଇବା ପରେ ଗତକାଲି ବିଭିନ୍ନ ଜାଗାରେ ଚଢ଼ାଉ କରି ପାଞ୍ଚୋଟି ଟ୍ରାକ୍ଟର ଏବଂ ତିନଟି ହାଇୱା ଜବତ କରିଛି କରଞ୍ଜିଆ ତହସିଲଦାର । ତେବେ କରଞ୍ଜିଆ ତହସିଲଦାର କିଛି ଗାଡି କୁ ବ୍ୟାପକ ଅନୁକମ୍ପା ଦେଖାଉ ଥିବା ସୂଚନା ମିଳିଛି । ଜବତ କରିଥିବା ତିନୋଟି ଟ୍ରାକ୍ଟର କୁ ଚାଳିସ ହଜାର ଟଙ୍କା ଲେଖାଏଁ ଫାଇନ କରିଥିବା ବେଳେ ଗୋଟିଏ ଟ୍ରାକ୍ଟର କୁ ପଚିଶ ହଜାର ଟଙ୍କା, ଗୋଟିଏ ଟିପର କୁ ମାତ୍ର ଦଶ ହଜାର ଟଙ୍କା ଫାଇନ କରିବା ସହିତ ଗୋଟିଏ ହାଇୱାକୁ ୬୦ ହଜାର ଟଙ୍କା ଫାଇନ କରିଥିବା ବେଳେ ଅନ୍ୟ ଦୁଇଟି ହାଇୱା କୁ ୩ ଲକ୍ଷ ଟଙ୍କା ଫାଇନ କାଟିଛନ୍ତି । ତେବେ ଗାଡ଼ି ଦୁଇଟିର ଫାଇନ ନ ଦେବା ସହିତ ଫରଜରୀ ଟ୍ରାଞ୍ଜିଟପାସ ରଖିଥିବା ହେତୁ ତାଙ୍କ ବିରୁଦ୍ଧରେ ପୋଲିସ କେସ କରିବା ପାଇଁ କରଞ୍ଜିଆ ଥାନା କୁ ଲିଖିତ ଅଭିଯୋଗ କରିଛନ୍ତି କରଞ୍ଜିଆ ତହସିଲଦାର । ତେବେ କରଞ୍ଜିଆ ତହସିଲଦାର କିଛି ଗାଡି କୁ ବ୍ୟାପକ ଅନୁକମ୍ପା ଦେଖାଇ ଫାଇନ କରିଥିବା ବେଳେ ଅନ୍ୟ ଗାଡି ମାନଙ୍କ ବିରୁଦ୍ଧରେ ଏତେ କୋଠର ମୋନଭାଵ ଦେଖାଇବା କାରଣ କ'ଣ ଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ବିଭିନ୍ନ ବାଲି ସୌରାତ ମାନଙ୍କରେ ବଡ ବଡ ମେସିନ ଲଗାଇ ନଦୀ ପଠାରୁ ବାଲି ଉତ୍ତୋଳନ କରୁଥିଲେ ବି କୁମ୍ବକର୍ଣ ନିଦ୍ରାରେ କରଞ୍ଜିଆ ତହସିଲଦାର। କିଛି ଗାଡି କୁ ଧରି ବାହା ବାହା ନେଉଥିବା ବେଳେ ବାଲି ଘାଟ ମାନଙ୍କରେ କେବେ ଚଡାଉ ହେବ ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ। ତେବେ ଦେଖିବାପାଇଁ ବାକି ରହିଲା ଏଇ ବେଇଆନ ବାଲି ଚାଲାଣ ର କେବେ ଅନ୍ତ ଘଟୁଛି ନା ତହସିଲଦାର ଏବଂ ବାଲି ମାଫିଆ ଙ୍କ ଭିତିରି ବୁଝାମଣାରେ ଆଗକୁ ଆହୁରି ଚାଲାଣ ହେଉଛି ତାହା ଦେଖିବା ପାଇଁ ବାକି ରହିଲା।
ଅନ୍ୟପଟେ ଠାକୁରମୁଣ୍ଡା ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାଏକ ଆଜି ସକାଳୁ ଗୋଟିଏ ବାଲି ବୋଝେଇ ହାଇୱା ଓ ଗୋଟିଏ ଚିପ୍ସ ବୋଝେଇ ହାଇୱା ଗାଡି ଠାକୁରମୁଣ୍ଡା ବଜାର ନିକଟରୁ ଜବତ କରିଛନ୍ତି । ଗାଡ଼ି ଗୁଡ଼ିକର ଯାଞ୍ଚ ବେଳେ ଗତକାଲି ର ଚାଲାଣ ଥିବାର ଜଣାପଡିଛି । ସେହି ଗାଡି ଦୁଇଟିକୁ ଜବତ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରଖିଥିବାର ସୂଚନା ମିଳିଛି।Body:XConclusion:X
Last Updated : Dec 5, 2019, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.