ETV Bharat / state

ରାସ୍ତା ସମସ୍ୟା: ପୁଣି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଗାଁ କୁ ଭଲ ରାସ୍ତା ନଥିବାରୁ ପୁଣି ବୁହାହେଲେ ଗର୍ଭବତୀ ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଟ ଗ୍ରାମପଞ୍ଚାୟତର । ଅଧିକ ପଢନ୍ତୁ...

author img

By

Published : Mar 7, 2021, 7:38 PM IST

road problem pregnant women take on stretcher by ambulance employee
ରାସ୍ତା ସମସ୍ୟା ପୁଣି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା

ରାଇରଙ୍ଗପୁର: ପୁଣି ଗର୍ଭବତୀ ମହିଳାଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ । ଗାଁକୁ ଭଲ ରାସ୍ତା ନଥିବାରୁ ପୁଣି ବୁହାହେଲେ ଗର୍ଭବତୀ ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଟ ଗ୍ରାମପଞ୍ଚାୟତର ହୁଡିସାହି ଗ୍ରାମରୁ ।

ସ୍ବାଧୀନତାର ଦୀର୍ଘ ୭୪ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା । ୧୦୮ ଆମ୍ବୁଲାନ୍ସ ଯାଇ ନ ପାରିବା ଫଳରେ ଗର୍ଭବତୀଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ । କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଟ ଗ୍ରାମପଞ୍ଚାୟତର ହୁଡିସାହି ଗ୍ରାମର ସାଗନେଇ ଶୁଣ୍ଢି ନାମକ ଜନୈକ ଗର୍ଭବତୀ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ୩ କିଲୋମିଟର ରାସ୍ତା ଷ୍ଟ୍ରେଚରରେ ବୋହି ଆଣି ନଟ ଗ୍ରାମକୁ ପହଞ୍ଚିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ତେବେ ଡାକ୍ତରଖାନରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିବାବେଳେ ମା ଓ ଶିଶୁ ଦୁହେଁ ସୁସ୍ଥ ଥିବା ଡାକ୍ତରଙ୍କ ପାଖରୁ ସୂଚନା ଦେଇଛନ୍ତି। ତେବେ ଏପରି ମହତକାର୍ଯ୍ୟ କରିଥିବା ୧୦୮ କର୍ମଚାରୀଙ୍କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.