ମୟୂରଭଞ୍ଜ: ବାଙ୍ଗିରିପୋଷି ଥାନା ମା’ ଦ୍ୱାରଶୁଣି ଘାଟିରେ ପୁଣି ଆଉ ଏକ ଦୁର୍ଘଟଣା ଘଟିଛି । ଏକ ପିଆଜ ବୋଝେଇ ଟ୍ରକ ଘାଟିରେ ଭାରସାମ୍ୟ ହରାଇ ବଲେରୋ ଉପରେ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣ ଆହାତ ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ୱାରଶୁଣୀ ଘାଟି ଦେଇ ଏକ ପିଆଜ ବୋଝେଇ ଟ୍ରକ ନାସିକରୁ କଲିକୋତା ଅଭିମୁଖେ ଯାଉଥିଲା । ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ବଲେରୋ ଉପରେ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ ବଲେରୋରେ ଥିବା ଚାରି ଜଣ ଯାତ୍ରୀ ଆହାତ ହୋଇଥିଲେ । ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଆହାତ ଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବାରିପଦା ବଡ଼ ମେଡିକାଲକୁ ନିଆଯାଇଛି । ତେବେ ଏପର୍ଯ୍ୟନ୍ତ ଗୁରୁତର ହୋଇଥିବା ଯାତ୍ରୀଙ୍କ ପରିଚୟ ମିଳିପାରିନାହିଁ ।
ଇଟିଭି ଭାରତ, ମୟୂରଭଞ୍ଜ