ରାଇରଙ୍ଗପୁର : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗସ୍ତ। କରଞ୍ଜିଆ ଉପଖଣ୍ଡରେ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗଦେଇଛନ୍ତି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ କରଞ୍ଜିଆ ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ପଞ୍ଚପିଢ଼ ଉପଖଣ୍ଡର ଉପଜିଲ୍ଲାପାଳ ଶରତ କୁମାର ପୁରୋହିତ ଏବଂ ପାଞ୍ଚଟି ବ୍ଲକର ତହସିଲଦାରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।
ସୂଚନା ଅନୁସାରେ, ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର, ରରୁଆଁ ଓ ଶୁକୃଳିର ତହସିଲଦାରଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକ ସହ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ତେବେ ଆଗମୀ ଦିନରେ ପୌର ନିର୍ବାଚନ ଥିବାରୁ ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ ବିରୋଧୀଙ୍କ ମନରେ ଏବେଠୁ ଛନକା ପଷିଲାଣି । ତେବେ ମାନ୍ୟବର ମନ୍ତ୍ରୀଙ୍କ କରଞ୍ଜିଆ ଗସ୍ତ କର୍ମୀ ମହଲରେ କେତେ ଉତ୍ସାହ ଆଣୁଛି ତାହା ଦେଖିବା ପାଇଁ ବାକି ରହିଲା ।
ରାଇରଙ୍ଗପୁରରୁ ସଞ୍ଜଯ ପରିଡା,ଇଟିଭି ଭାରତ