ETV Bharat / state

ନିରୀହ ଚାଷୀଙ୍କୁ ଠକିଲେ ସରକାର: ସାର ବଦଳରେ ମିଳିଲା ପାଉଁଶ, ପଥର - ସାର ଓ ବିହନ

ସରକାରଙ୍କ ଶସ୍ତା ସାରରେ ହୀନସ୍ତା ଚାଷୀ । ସୁଲଭ ମୂଲ୍ୟରେ ସାର ଯୋଗାଇଥିବାବେଳେ ବସ୍ତାରୁ ବାହାରୁଛି ପାଉଁଶ, ଘାସ । ଏଭଳି କିଛି ଅଭିଯୋଗକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁରୁଣ୍ଟିଆ ପଞ୍ଚାୟତବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Aug 4, 2019, 10:29 AM IST

ମୟୂରଭଞ୍ଜ: ପ୍ରକୃତିର ଧୋକା ପରେ ସରକାରଙ୍କ ଉପରେ ଚାଷୀଙ୍କ ଥାଏ ଆଶା । କିନ୍ତୁ ସରକାର ଯେତେବେଳେ ସହଯୋଗ ବଦଳରେ ହତାଦର କରନ୍ତି, ସେତେବେଳେ କୁଆଡେ ଯିବେ ଚାଷୀ । କାହାକୁ ଜଣାଇବେ ନିଜ ଦୁଃଖ। ସରକାରଙ୍କ ଶସ୍ତା ଯୋଜନାରେ ଏବେ ହୀନସ୍ତା ଚାଷୀ । ସେପଟେ ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କ ଭିତରେ ରହୁନାହିଁ ତାଳମେଳ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟୁରିଆ ଗ୍ରାମବାସୀ ।

ସୁଲଭ ମୂଲ୍ୟରେ ଚାଷୀଙ୍କୁ ଯୋଗାଯାଉଛି ସାର ଓ ବିହନ । କିନ୍ତୁ ଏ ସାର କେତେ ଉପଯୋଗୀ ତାହା କେବଳ ଚାଷୀ ହିଁ ଜାଣେ । ଚଳିତ ବର୍ଷ ବର୍ଷା ନଥିବାରୁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଭରସା ଥିଲା ସରକାରଙ୍କ ଯୋଜନା ତାଙ୍କୁ କିଛି ଆଶ୍ବାସନା ଦେବ । ହେଲେ ପ୍ୟାକେଟ ଖୋଲିବାରୁ ସାର ବଦଳରେ ବାହାରୁଛି ପଥର, ପଲିଥିନ, ଘାସ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏଗୁଡିକ ଚାଷରେ ସାହାଯ୍ୟ କରିବା ତ ଦୂରର କଥା ଏସବୁ ଫସଲ ନଷ୍ଟ କରିବାରେ ନେବ ମୁଖ୍ୟ ଭୂମିକା । ଘଟଣାକୁ ଗୁରୁତ୍ବ ଦେଉନଥିବା ପଞ୍ଚାୟତ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଡିପୋରୁ ସାର ଆଣିଥିଲେ ଏଠାକାର ଚାଷୀ। କିନ୍ତୁ ଜବାବ ମାଗିବାରୁ ଦେଉଛନ୍ତି ପଛଘୁଞ୍ଚା । କିନ୍ତୁ ସେପଟେ ବ୍ଲକ ଅଧିକାରୀଙ୍କ କହିବାନୁଯାୟୀ, ଯେଉଁ ଯୋଜନାରେ ଚାଷୀଙ୍କୁ ସାର ଓ ବିହନ ଦିଆଯାଉଥିଲା ସେ ସୁରଭି ଯୋଜନା 6ମାସ ହେବ ବନ୍ଦ ରହିଛି । ତେବେ ଏବେ ପ୍ରଶ୍ନ ଉଠୁଛି ଯଦି ଯୋଜନା ବନ୍ଦ ରହିଛି, ତେବେ ଚାଷୀ ସାର କେଉଁଠାରୁ ଆଣୁଛନ୍ତି । କାହାର ଠକାମିର ଶିକାର ହୋଇଛନ୍ତି ଏମାନେ । ଯାହାକୁ ନେଇ ଗ୍ରାମବାସୀ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.