ETV Bharat / state

ମାଉସୀମା ମନ୍ଦିରରେ ପହଞ୍ଚିଲେ ଶ୍ରୀ ହରିବଳଦେଵ ଜୀଉ - rathayatra

ବାରିପଦା  ଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ଆଜି ସମ୍ପନ୍ନ ହୋଇଛି । ତିନି ଠାକୁରଙ୍କ ରଥ ଆଜି ମାଉସୀ ମା ନିକଟରେ ପହଞ୍ଚି ଥିବାବେଳେ ରଥ ଉପରେ ତିନିଠାକୁର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 6, 2019, 9:23 PM IST

ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚିତ ବାରିପଦା ଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ଆଜି ସମ୍ପନ୍ନ ହୋଇଛି । ତିନି ଠାକୁରଙ୍କ ରଥ ଆଜି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚି ଥିବାବେଳେ ରଥ ଉପରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ତେବେ ରାତି 11 ଟା ପରେ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ମାଉସୀ ମା ମନ୍ଦିରକୁ ପ୍ରବେଶ କରିବେ ।

ଗୁରୁବାର ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତୀ । ଏହାପରେ ଶୁକ୍ରବାର ପ୍ରଥମେ ପ୍ରଭୁ ବଳରାମଙ୍କ ରଥକୁ ଭକ୍ତମାନେ ଟାଣି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇ ଥିଲେ । ପରେ ପରମ୍ପରା ମୁତାବକ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣି ଅଧବାଟ ଅର୍ଥାତ ଟାଉନ ଥାନା ସମ୍ମୁଖରେ ପହଞ୍ଚାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ତେବେ ଆଜି ତୃତୀୟ ଦିନରେ ଅଧବାଟରେ ଅଟକିଥିବା ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇ ଥିଲେ । ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା । ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଭିତରେ ଜଗନ୍ନାଥ ମନ୍ଦିର ନିକଟରୁ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇଥିଲେ । ତେବେ ଆଜି ଶେଷ ଦିନରେ ମୟୂରଭଞ୍ଜ ସାଂସଦ ରଥ ଟାଣିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.