ETV Bharat / state

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ପାଳିତ, ମାଉସୀ ମା' ମନ୍ଦିରରେ ତିନିଠାକୁର - ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମା ମନ୍ଦିରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

Ratha yatra celebration in mayurbhanj
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ପାଳିତ
author img

By

Published : Jun 23, 2023, 10:02 AM IST

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ପାଳିତ

ରାଇରଙ୍ଗପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମା’ ମନ୍ଦିରରେ ପହଞ୍ଚିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ଦ୍ବିତୀୟ ଦିନର ରଥଯାତ୍ରାର ସମାପନ ହୋଇଛି । ଦ୍ୱିତୀୟ ଦିନରେ ବଡ଼ଦାଣ୍ଡରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଦିନକ ପରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦୁଇ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରୀତିନୀତି ରହିଛି ।

ରୀତିନୀତି ଅନୁଯାୟୀ ବାରିପଦାରେ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଛି । ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ତିନି ରଥରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ମାଉସୀ ମା' ମନ୍ଦିର ପହଞ୍ଚିଥିଲେ । ଭଉଣୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି । ବର୍ଷା ଭିଜି ଭିଜି ପ୍ରବଳ ଉତ୍ସାହ ସହ ରଥ ଟାଣିଥିଲେ ଶ୍ରଦ୍ଧାଳୁ । ଦ୍ୱିତୀୟ ଦିନରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଠାକୁରଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଭୁ ବଳଭଦ୍ରଙ୍କ ରଥ ମାଉସୀ ମା’ ମନ୍ଦିର ପହଁଚି ସାରିଥିବା ବେଳେ ଗତକାଲି ବଡ଼ଦାଣ୍ଡର ଅଧା ବାଟରେ ଅଟକି ଥିବା ମା’ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତମାନେ ଟାଣି ନେଇଥିଲେ । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ରଥଟଣା ଯାଇଥିଲା ।

ଘଣ୍ଟ ଘଣ୍ଟା ଶଙ୍ଖ ହୁଳହୁଳି ନାଦରେ କମ୍ପି ଉଠିଥିଲା ବଡ଼ଦାଣ୍ଡ । ରଥଯାତ୍ରା ପାଇଁ ମୟୂରଭଞ୍ଜ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ରଥଟଣା ବେଳକୁ ଅସରାଇ ବର୍ଷା ସହ କୋହଲା ପାଗ ଶ୍ରଦ୍ଧାଳୁମାନଙ୍କ ଶ୍ରଦ୍ଧାକୁ ଦ୍ୱିଗୁଣିତ କରିଥିଲା । ସେପଟେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ମାଉସୀ ମା’ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ନୀତିକାନ୍ତି ଅନୁଯାୟୀ ସେଠାରେ ପୂଜାର୍ଚ୍ଚନା କରାଯାଇଛି ।

ଭିଡକୁ ଦୃଷ୍ଟି ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ବାରିପଦା ସ୍ଥିତ ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରଥାରୂଢ ତିନି ଠାକୁରଙ୍କ ରଥଟଣା ସକାଳ ସମୟରେ ଅନୁଷ୍ଠିତ ହୋଇଥିଲା । ଦେବତ୍ୱର ବିଭାଗ ପକ୍ଷରୁ ସତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ କୁନି କୁନି ପିଲା ସହ ଭକ୍ତ ମାନେ ରଥଟାଣି ନେଇଥିଲେ । ରଥଯାତ୍ରାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.