ETV Bharat / state

ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତିଙ୍କ ଘରେ ପୋଲିସ ଚଢଉ

ରାସଗୋବିନ୍ଦପୁର ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ପୂର୍ବତନ ବିଜେପି ସଭାପତିଙ୍କ ନାମରେ ଥାନାରେ ଏତଲା । ଏହାପରେ ବିଜେପି ସଭାପତିଙ୍କ ଘରେ ପୋଲିସ ଚଢ଼ାଉ । ଅଧିକ ପଢନ୍ତୁ..........

ପୂର୍ବତନ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତିଙ୍କ ଘରେ ପୋଲିସ୍ ଚଢାଉ

author img

By

Published : Jul 10, 2020, 9:42 PM IST

ବାରିପଦା: ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ବିଜେପି ନେତାଙ୍କ ଘରେ ପୋଲିସର ଚଢ଼ଉ । ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବାରିପଦାସ୍ଥିତ ବାସଭବନ ଉପରେ ଅଚାନକ ସଶସ୍ତ୍ର ପୁଲିସ୍ ଚଢ଼ଉ କରିଛି ।

ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତିଙ୍କ ଘରେ ପୋଲିସ୍ ଚଢାଉ

ମୟୂରଭଞ୍ଚ ଜିଲ୍ଲା ବିଜେପିର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବିରୋଧରେ ରାସଗୋବିନ୍ଦପୁର ତହସିଲଦାର ପ୍ରଭାତ କୁମାର ମହାପାତ୍ର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ରାସଗୋବିନ୍ଦପୁର ପୋଲିସ ପୂର୍ବତନ ବିଜେପି ସଭାପତିଙ୍କ ବାସଭବନରେ ତାଙ୍କୁ ଗିରଫ କରିବାକୁ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ତେବେ ପୋଲିସ୍ ଚଢ଼ାଉ ପୂର୍ବରୁ ସେ ଖସିଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଅନୁଯାୟୀ ଗତ ମଙ୍ଗଳବାର ଦିନ ରାସଗୋବିନ୍ଦପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ମହାପାତ୍ର ଏବଂ ତାଙ୍କର କିଛି ଦଳୀୟ ସମର୍ଥକ ପ୍ରବେଶ କରି ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା,କୋଭିଡ୍-୧୯ ଆଇନ ଉଲ୍ଲଙ୍ଘନ କରିବା ଆଦିକୁ ନେଇ ତହସିଲଦାର ପ୍ରଭାତ କୁମାର ମହାପାତ୍ର ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ଆଇପିସି ଧାରା ୫୧ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୫୦୬, ୨୯୪, ୩୫୩ ଆଧାରରେ ମାମଲା ରୁଜୁ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.