ETV Bharat / state

ଏଏସଆଇଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ, ସିଏମଙ୍କ ଦ୍ବାରସ୍ଥ ହେଲେ ପରିବାର

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ ବେହେରାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । କପ୍ତିପଦା ଥାନା ଡାହିସାହି ଗାଁର ଜଣେ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ । ଏଏସଆଇଙ୍କ ବିରୁଦ୍ଧରେ ସିଏମଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Sep 16, 2019, 7:29 PM IST

ଭୁବନେଶ୍ବର/ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ ବେହେରାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । କପ୍ତିପଦା ଥାନା ଡାହିସାହି ଗାଁର ଜଣେ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ । ଏକଥା ଏବେ ରାଜଧାନୀରେ । ନବୀନ ନିବାସରେ ନିଜ ଅଭିଯୋଗ କରିବା ପରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧିକାରୀ ଓ ଏଏସଆଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ
ଅନ୍ୟପଟେ ଏଏସଆଇଙ୍କ ବିରୁଦ୍ଧରେ ସିଏମଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳା । ଦୀର୍ଘ 5 ମାସ ପରେ ବି ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏଏସଆଇଙ୍କ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ଶେଷ ରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ୍ଣ ପରିବାର ।

ଘରେ କେହି ପୁରୁଷ ଲୋକ ନଥିବା ବେଳେ ଉକ୍ତ ଏଏସଆଇ ଏହାର ସୁଯୋଗ ନେଇ ଘରେ ପଶିଥିଲେ । ଘରେ ଦୁଇ ଜଣ ମହିଳା ରହିଥିଲେ । ଉକ୍ତ ମହିଳା ଜଣଙ୍କ ପାଟି କରିବାରୁ ଏଏସଆଇ ଜଣଙ୍କ ଦୌଡିକି ପଳାଉଥିଲେ । ଶୋଇଥିବା ଅନ୍ୟ ମହିଳା ପାଟି ଶୁଣି ଉଠିପଡ଼ି ଦେଖିଥିଲେ କପ୍ତିପଦା ଥାନାର ଏଏସଆଇ ଶୁଭେନ୍ଦୁ ବେହେରା । ଏହି ଘଟଣାକୁ ନେଇ ଆଇଆଇସି ରୀନା ବେହେରାଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ ପରିବାର ଲୋକ।

ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରହିଥିବାରୁ ଏହି ଘଟଣାର ଚପାଇ ଦେବାକୁ ଉଦ୍ୟମ କରିଥିଲେ ଆଇଆଇସି । ତେବେ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ସମ୍ପୂର୍ଣ୍ଣ ଘଟଣା । ହେଲେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିବା ଭୟରେ ସମସ୍ତ ପରିବାର ସଦସ୍ୟଙ୍କୁ ପୋଲିସକୁ ମାଡ଼ ଅଭିଯୋଗରେ ଜେଲ ପଠାଇ ଦେଇ ସିସିଟିଭିକୁ ନିଜ ଅକ୍ତିଆରରେ ରଖିଥିଲେ । ଦୀର୍ଘ 3 ମାସ ଜେଲରେ ସମ୍ପୂର୍ଣ୍ଣ ପରିବାର ରହିଥିବା ବେଳେ ଜେଲରୁ ବାହାରି ନ୍ୟାୟ ପାଇଁ ବାର ଦୁଆର ହେଉଛନ୍ତି ।

ତେବେ ଘଟଣା ଅନୁଯାୟୀ ମେ 6 ତାରିଖରେ ଏକ ମୋରମ ବୋଝେଇ ଟ୍ରାକ୍ଟର କପ୍ତିପଦା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଆର ଆଇ ଜବତ କରି ପୋଲିସକୁ ହସ୍ତାନ୍ତର କରିଥିଲେ । 2019 ମେ 12 ତାରିଖ ଦିନ କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ ବେହେରା ରାତିରେ ଅଭିଯୋଗକାରିଣୀଙ୍କ ସ୍ବାମୀଙ୍କ ନାମରେ ଥିବା ମୋରମ ବୋଝେଇ ଚୋରା ଟ୍ରାକ୍ଟରର ତଦନ୍ତ ପାଇଁ ଯାଇଥିବା ବେଳେ ଓଲଟା ଆକ୍ରମଣର ଶିକାର ହୋଇଥିବା କହିଛନ୍ତି ଏଏସଆଇ ।

ଅନ୍ୟପଟେ ଭୁବନେଶ୍ବରରେ ଥିବା ରାଜ୍ୟ ମନାବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ନ୍ୟାୟ ପାଇ ନାହାଁନ୍ତି ପରିବାର । ତେବେ ଶେଷରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଭୁବନେଶ୍ବରରୁ ବିକାଶ ଦାସ ଓ ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଏ ଏସ ଆଇ ଙ୍କ ବିରୁଦ୍ଧରେ ସିଏମ ଙ୍କ ନିକଟରେ ଦୁଷ୍କର୍ମର ଅଭିଯୋଗ ଆଣିଲେ ମହିଳା।

ଦିଘ୍ର 5 ମାସ ପରେ ବି ମିଳିଲାନି ନ୍ୟାୟ। ଘରେ କେହି ନଥିବା ବେଳେ ଜଣେ ଏ ଏସ ଆଇ ଯୋଜର ଜବରଦସ୍ତ ଘରେ ପଶି ଜଣେ ମହିଳାଙ୍କୁ ଦୁର୍ତ୍ସକର୍ମ କରିଥିବା ଅଭିଯୋଗ ଆଣିଛନ୍ତି। ସେହି ଘଟଣା କୁ ନେଇ ସମ୍ପୂର୍ଣ ପରିବାରକୁ ଜେଲ ମଧ୍ୟ ଯିବାକୁ ପଡିଛି। ତେବେ ଏ ଏସ ଆଇ ଙ୍କ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ଶେଷ ରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ ପରିବାର।

Body:

12 ମେ ରେ ଘଟିଥିଲା ଘଟଣା । ଘରେ କେହି ପୁରୁଷ ଲୋକ ନଥିବା ବେଳେ ଉକ୍ତ ଏ ଏସ ଆଇ ଏହାର ସୁଯୋଗ ନେଇ ଘରେ ପଶିଥିଲା। ଘରେ ଦୁଇ ଜଣ ମହିଳା ରହିଥିଲେ । ଉକ୍ତ ଏ ଏସ ଆଇ ଜଣଙ୍କ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ସହ ଦୁଷ୍କର୍ମ କରିବା ସହ ଖରାପ ହରକତ କରିଥିଲା। ଫଳରେ ଉକ୍ତ ମହିଳା ଜଣଙ୍କ ପାଟି କରିବାରୁ ଏ ଏସ ଆଇ ଜଣଙ୍କ ଦୌଡିକି ପଳାଉଥିଲେ । ସୋଇଥିବା ଅନ୍ୟ ମହିଳା ପାଟି ଶୁଣି ଉଠିପଡ଼ି ଦେଖିଥିଲେ କପ୍ତି ପଦା ଥାନାର ଏ ଏସ ଆଇ ଶୁଭେନ୍ଧୁ ବେହେରା।
ଏହି ଘଟଣାକୁ ନେଇ ଆଇ ଆଇ ସି ରୀନା ବେହେରାଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ ପରିବାର ଲୋକ। ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରହିଥିବା ରୁ ଏହି ଘଟଣାର ଚପାଇ ଦେବାକୁ ଉଦ୍ୟକ କରିଥିଲେ ଆଇ ଆଇ ସି। ତେବେ ଘରେ ଲାଗିଥିବା ସିସିଟିଭି କ୍ୟାମେରା ରେ କଏଦ ହୋଇଥିବା ସମ୍ପୂର୍ଣ୍ଣ ଘଟଣା । ହେଲେ ସମ୍ପୂର୍ଣ ଘଟଣା ପଦାକୁ ଆସିବା ଭୟରେ ସମସ୍ତ ପରିବାର ସଦସ୍ୟଙ୍କୁ ପୋଲିସ କୁ ମାଡ଼ ଅଭିଯୋଗରେ ଜେଲ ପଠାଇ ଦେଇ ସିସିଟିଭି କୁ ନିଜ ଅକ୍ତିଆର ରେ ରଖିଥିଲେ। ଦୀର୍ଘ 3 ମାସ ଜେଲ ରେ ସମ୍ପୂର୍ଣ ପରିବାର କଟିଥିବା ବେଳେ ଜେଲ ରୁ ବାହାରି ନ୍ୟାୟ ପାଇଁ ବାର ଦୁଆର ହେଉଛନ୍ତି। ତେବେ ଭୁବନେଶ୍ୱରରେ ଥିବା ରାଜ୍ୟ ମନାବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ନ୍ୟାୟ ପାଇବାରେ ବିଫଳ ପରିବାର। ତେବେ ଶେଷ ରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖ ରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଯଦି କୌଣସି ନ୍ୟାୟ ନ ମିଳେ ତେବେ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ସମ୍ମୁଖରେ ଆତ୍ମହହୁତି ଦେବେ ବୋଲି କହିଛନ୍ତି ପରିବାର ସଦସ୍ୟ।

Byte- ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.