ETV Bharat / state

ଚକମା ଦେଇ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖବର। ୨୦୧୬ ମସିହାରୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରାଇରଙ୍ଗପୁର ଜେଲର କଏଦୀ ଫେରାର।

ଚକମା ଦେଇ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର
ଚକମା ଦେଇ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର
author img

By

Published : Jul 25, 2020, 8:23 AM IST

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖବର। ୨୦୧୬ ମସିହାରୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରାଇରଙ୍ଗପୁର ଜେଲର କଏଦୀ ଫେରାର।

ପୂର୍ବରୁ କଏଦୀ ଜଣକ 3ଥର ବାରିପଦା ଡାକ୍ତରଖାନାରୁ ଯକ୍ଷ୍ମା ରୋଗର ଚିକିତ୍ସା କରାଇଥିବା ବେଳେ ପୁଣି ଚିକିତ୍ସା ପାଇଁ ବାରିପଦା ଯାଇ ସେଠାରୁ ଫେରୁଥିବା ସମୟରେ ଜେଲ କର୍ମଚାରୀଙ୍କୁ ଚକମା ଦେଇ ଫେରାର ହୋଇ ଯାଇଥିଲେ। ବିଶୋଇ ଥାନା ପାଣପୋଷି ଗ୍ରାମ ନିକଟସ୍ଥ ପୋଲ ନିକଟରେ ଶୌଚ ଯିବା ବାହାନାରେ ଚମ୍ପଟ ମାରି ଫେରାର ହୋଇ ଯାଇଥିବା ସୂଚନା ମିଳିଛି।

ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ଜଣକ ହେଲେ ଡମାନ ମାରାଣ୍ଡି । ଜେଲ କର୍ମଚାରୀ ଓ ପୋଲିସ ଫେରାର କଏଦୀଙ୍କୁ ଖୋଜା ଖୋଜି କରୁଥିବାର ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.