ETV Bharat / state

ସାମ୍ବାଦିକଙ୍କ ଗୋଡରେ ବେଡ଼ି ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ରାଇରଙ୍ଗପୁର ପ୍ରେସ କ୍ଲବର ଦାବି

author img

By

Published : Apr 12, 2022, 6:29 PM IST

ବାଲେଶ୍ବରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସର ଅମାନବୀୟ ଅତ୍ୟାଚାର ଘଟଣାକୁ ନିନ୍ଦାକଲା ରାଇରଙ୍ଗପୁର ପ୍ରେସ କ୍ଲବ । ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର ଦାବି। ଅଧିକ ପଢନ୍ତୁ

ନୀଳଗିରି ସାମ୍ବାଦିକଙ୍କୁ ବେଡ଼ି ପକାଇବା ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ରାଇରଙ୍ଗପୁର ପ୍ରେସ କ୍ଲବର ଦାବି

ରାଇରଙ୍ଗପୁର: ବାଲେଶ୍ବରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡରେ ନୀଳଗିରି ପୋଲିସ ବେଡି ପକାଇବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ରାଇରଙ୍ଗପୁର ପ୍ରେସ କ୍ଲବ । ରାଇରଙ୍ଗପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଇରଙ୍ଗପୁର ଉପଖଣ୍ଡର କାର୍ଯ୍ୟରତ ସାମ୍ବାଦିକମାନେ ଏକାଠି ହୋଇ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।

ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ କରାଯାଇଛି । ନୀଳଗିରି ପୋଲିସ ଅତ୍ୟାଚାରର ସୀମା ଅତିକ୍ରମ କରିଛି, ଯାହାକି ସାରା ରାଜ୍ୟର ପୋଲିସ ବିଭାଗକୁ ଲଜ୍ଜିତ ହେବାକୁ ପଡ଼ିଛି । ଲୋକନାଥ ଦଳେଇଙ୍କୁ ଶାରିରୀକ, ମାନସିକ ନିର୍ଯ୍ୟାତନା ଦେବା ଘଟଣାରେ ସରକାର ତଦନ୍ତ କରି ଦୋଷୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି । ତାସହ ଓଡ଼ିଶାରେ ମହାରାଷ୍ଟ୍ର ସରକାରଙ୍କ ଭଳି ସାମ୍ବାଦିକ ସୁରକ୍ଷା ବିଲ୍ ପାରିତ କରିବା ପାଇଁ ଦାବି କରାଯାଇଛି ।

ଏହାପରେ ପରେ ସାମ୍ବାଦିକ ମାନେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କୁ ଘଟଣା ବିଷୟରେ ଅବଗତ କରାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ରାଜ୍ୟ ସରକାର ଯଦି କିଛି ଠୋସ୍ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ସାମ୍ବାଦିକମାନେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି । ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ସ୍ଥାନୀୟ ପୋଲିସ ଥାନା ଭିତରେ ଆକ୍ରମଣ କରିବା ଏବଂ ତାଙ୍କର ଅସୁସ୍ଥତା ଯୋଗୁଁ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡି ପକାଇଦେଇଥିଲେ । ଯାହା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.