ETV Bharat / state

ମହାଅଷ୍ଟମୀ ପୂଜାରେ ମା'ଙ୍କ ପାଖରେ ପଡିଲା ପାଣିକଖାରୁ ବଳି

author img

By

Published : Oct 7, 2019, 12:00 AM IST

ମା'ଙ୍କ ଆଗମନରେ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ମହିଳା ଶ୍ରଦ୍ଧାଳୁ ମାନେ ମା' ଙ୍କ ମହାଅଷ୍ଟମୀ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରିଥିଲେ। ଏହି ଦିନ ପ୍ରାୟତଃ ବ୍ରତଧାରୀ ମହିଳା ମାନେ ନିର୍ଜ୍ବଳା ଉପାସ ରହିଥାନ୍ତି।

ମହାଅଷ୍ଟମୀ

ରାଇରଙ୍ଗପୁର: ଆଜି ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା। ଏନେଇ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଦେଇଛି। ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମହାଅଷ୍ଟମୀ ପୂଜା ଅବସରରେ ପୂଜା ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏଥିସହ ମହିଳା ଶ୍ରଦ୍ଧାଳୁ ମାନେ ମା' ଙ୍କ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରିଥିଲେ। ଏହି ଦିନ ପ୍ରାୟତଃ ବ୍ରତଧାରୀ ମହିଳା ମାନେ ନିର୍ଜ୍ବଳା ଉପାସ ରହିଥାନ୍ତି। ମହାଅଷ୍ଟମୀର ପୂଜା , ହୋମ, ପୁଷ୍ପାଞ୍ଜଳି ପ୍ରକ୍ରିୟା ସମ୍ପନ୍ନ ହୋଇ ଆରମ୍ଭ ହୋଇଥିଲା ସନ୍ଧି ପୂଜା। ସନ୍ଧି ପୂଜାରେ ମା'ଙ୍କ ପାଖରେ ପାଣିକଖାରୁ ବଳି ଅର୍ପଣ କରାଯାଇଥିଲା।

ମା'ଙ୍କ ପାଖରେ ପାଣିକଖାରୁ ବଳି

ଦ୍ବିପହର ସମୟରେ ମାଆଙ୍କୁ ଅନ୍ନଭୋଗ ଅର୍ପଣ କରାଯାଇ ଶହ ଶହ ଶ୍ରଦ୍ଧାଳୁଙ୍କୁ ଅନ୍ନଭୋଗ ବଣ୍ଟନର କାର୍ଯ୍ୟକ୍ରମ କରାଯାଇଥିଲା। ସନ୍ଧ୍ୟା ସମୟରେ ମା'ଙ୍କ ଆରତୀ ମଧ୍ୟ ସମ୍ପନ୍ନ ହୋଇଯାଇଛି।

ଢୋଲ, ଶଙ୍ଖ, ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପି ଉଠୁଛି ମା' ଦୁର୍ଗାଙ୍କ ପୀଠ। ମଣ୍ଡପରେ ମହାଅଷ୍ଟମୀ ପୂଜା ଅବସରରେ ମନ୍ତ୍ର ଧ୍ବନିରେ ଚଉଦିଗ ପ୍ରକମ୍ପିତ ହୋଇଉଠିଥିଲା। ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇ ଥିବାରୁ ଲୋକେ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଆଜି ଜଗତଜନନୀ ମାଆ ଦୁର୍ଗା ଙ୍କ ମହାଅଷ୍ଟମୀ ପୂଜା। ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମହାଅଷ୍ଟମୀ ପୂଜା ଅବସରରେ ପୂଜା ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସହ ମହିଳା ଶ୍ରଦ୍ଧାଳୁ ମାନେ ମାଁ ଙ୍କ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରିଥିଲେ। ଏହି ଦିନ ପ୍ରାୟତଃ ବ୍ରତଧାରୀ ମହିଳା ମାନେ ନିର୍ଜ୍ବଳା ଉପାସ ରହିଥାନ୍ତି।ମହାଅଷ୍ଟମୀ ର ପୂଜା , ହୋମ, ପୁଷ୍ପାଞ୍ଜଳି ପ୍ରକ୍ରିୟା ସମ୍ପନ୍ନ ହୋଇ ଆରମ୍ଭ ହୋଇଥିଲା ସନ୍ଧି ପୂଜା। ସନ୍ଧି ପୂଜାରେ ମାଆଙ୍କ ପାଖରେ ପାଣି କଖାରୁ ବଳି ଅର୍ପଣ କରାଯାଇଥିଲା। ଦ୍ବିପହର ସମୟରେ ମାଆଙ୍କୁ ଅନ୍ନଭୋଗ ଅର୍ପଣ କରାଯାଇ ଶହ ଶହ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନଭୋଗ ବଣ୍ଟନର କାର୍ଯ୍ୟକ୍ରମ କରାଯାଇଥିଲା। ସନ୍ଧ୍ୟା ସମୟରେ ମାଆଙ୍କ ଆରତୀ ମଧ୍ୟ ସମ୍ପନ୍ନ ହୋଇଯାଇଛି। ଢୋଲ, ଶଙ୍ଖ, ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପି ଉଠୁଛି ମାଁ ଦୁର୍ଗା ଙ୍କ ପୀଠ। ତା ସହିତ ମଣ୍ଡପ ରେ ମହାଅଷ୍ଟମୀ ପୂଜା ଅବସରରେ ମନ୍ତ୍ର ଧ୍ବନି ରେ ଚଉଦିଗ ପ୍ରକମ୍ପିତ ହୋଇଉଠୁଛି। ମା ଙ୍କ ମହାଅଷ୍ଟମୀ ପୂଜା ତଥା ଦର୍ଶନ କରିବା ପାଇଁ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ଏ ନେଇ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଦେଇଛି। ମାଁ ଙ୍କ ଦର୍ଶନ ଲାଭ କରିବା ପାଇଁ ଦୂର ଦୁରାନ୍ତର ରୁ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିବାରେ ଲାଗିଛି। ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇ ଥିବାରୁ ଲୋକେ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।
byte- ପୂଜକ।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.