ETV Bharat / state

କାଳିସି କହିବ କେବେ ହେବ ବର୍ଷା ! - ବର୍ଷା ପାଇଁ ହୋମ, ଯଜ୍ଞ

ବର୍ଷାଋତୁ ପ୍ରାୟ ଶେଷ ହେବାକୁ ଥିବା ବେଳେ ରାଇରଙ୍ଗପୁରର ଯାମଦା ବ୍ଲକରେ ବର୍ଷାର ଦେଖା ନାହିଁ । ଫଳରେ ଅଞ୍ଚଳର ଚାଷୀମାନେ ମହାଦେବଙ୍କୁ କାଳିସି କରି ପୂଜା ଓ ହୋମଯଜ୍ଞ କରିଛନ୍ତି । ଏହାସହ ବାଉଁଶ ପାତିଆରେ ଖଡିରତ୍ନ ପଞ୍ଜିକା ଦେଖି କେବେ ବର୍ଷା ହେବ ଜାଣିବାକୁ ଚାହିଁଛନ୍ତି ଲୋକେ ।

ଡିଜାଇନ ଫଟୋ
author img

By

Published : Aug 12, 2019, 3:06 AM IST

ରାଇରଙ୍ଗପୁର: ବର୍ଷାଋତୁ ଶେଷ ହେବାକୁ ବସିଲାଣି । ତେବେ କେଉଁଠି ଅଧିକ ବର୍ଷା ପାଇଁ ବନ୍ୟା ସ୍ଥିତି ଉପୁଜିଛି ତ କେଉଁଠି ବର୍ଷାର ଦେଖା ମିଳିନି । ରାଇରଙ୍ଗପୁରରେ ବର୍ଷାକୁ ଅପେକ୍ଷା କରି ଚାଷୀଙ୍କ ଆଖିରୁ ପାଣି ମଲାଣି । ଶେଷରେ ଏକ ଭିନ୍ନ ପନ୍ଥା ଆପଣାଇଛନ୍ତି ଚାଷୀ । ସ୍ଥିତି ଏଭଳି ହୋଇଛି ଯେ, ବାଉଁଶ ପାତିଆରେ ଖଡିରତ୍ନ ପଞ୍ଜିକା ଦେଖି କେବେ ବର୍ଷା ହେବ ଜାଣିବାକୁ ଚାହିଁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଯାମଦା ବ୍ଲକ ଅନ୍ତର୍ଗତ ଯାମଦା ଅଞ୍ଚଳରେ ବର୍ଷା ପାଇଁ ଦେବୀ, ଦେବତା ପୂଜା ଓ ହୋମଯଜ୍ଞ ଆଦି କରାଯାଇଛି । ଏଥିସହ ବାଉଁଶ ପାତିଆରେ ଖଡିରତ୍ନ ପଞ୍ଜିକା ଦେଖିବାକୁ ଚାଲିଛି ପ୍ରୟାସ । ଯାମଦା ‘ହୋ’ ସମାଜର ଦେହୁରୀ ସୁଦର୍ଶନ ବାଗେ ଓଝା(ଗୁଣିଆ) ଲକ୍ଷ୍ମଣ ବାଗେ, ଭଇଁଚା ବାଗେ ଗ୍ରାମଦେବୀ ଓ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଠାକୁର ମହାଦେବଙ୍କୁ ସ୍ମରଣ କରି ପୂଜା ପାଠ କରିଥିଲେ । ଗ୍ରାମ ଦେବତୀ ଓ ମହାଦେବଙ୍କୁ ପୂଜା ଓ ମନ୍ତ୍ର ପାଠ କରି କାଳିସି ଲାଗି କରିବାକୁ ପ୍ରୟାସ କରିଥିଲେ । ଏହାପରେ ଗୋଲକ ବିହାରୀ ବାଗେ ନାମକ ଯୁବକଙ୍କୁ ମହାଦେବ କାଳିସି ହୋଇଛନ୍ତି ବୋଲି ବିଶ୍ବାସ କରାୟାଇଥିଲା ।

ତେବେ ବିଜ୍ଞାନର ଯୁଗରେ ପାଣିପାଗ ବିଭାଗର ସୂଚନାକୁ ଚାଷୀମାନେ ଧ୍ୟାନ ଦେବା କଥା । ମାତ୍ର ଗ୍ରାମରେ ଏଭଳି ଦୁର୍ଦ୍ଦଶା ସମୟରେ ବାଉଁଶ ପାତିଆରେ ଖଡିରତ୍ନ ପଞ୍ଜିକା ଦ୍ବାରା ସମାଧାନର ରାସ୍ତା ଖୋଜାଯାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ପରମ୍ପରା ବହୁ ପୁରୁଣା । ତେବେ ଆଜିର ସମୟରେ ଏହାକୁ ଅନ୍ଧବିଶ୍ବାସ ହିଁ କହି ହେବ । ସବୁପରେ ଶୁଖିଲା କ୍ଷେତକୁ ଦେଖି ଚିନ୍ତାରେ ଚାଷୀ । ବର୍ଷାଋତୁ ଶେଷ ହେବାକୁ ବସିଲାଣି । ଏତେ ବେଳକୁ ଧାନ ରୁଆଁ ଓ ବେଉଷଣ କାର୍ଯ୍ୟ ସରିଯିବା କଥା । କ୍ଷେତ ସବୁ ସବୁଜ ଧାନରେ ଭରିଯିବା କଥା । ଏପରି ସ୍ଥିତିରେ ବିଶ୍ବାସକୁ ବିଜ୍ଞାନ ସଜାଇ ବର୍ଷା ଅପେକ୍ଷାରେ ଚାଷୀ ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.