ETV Bharat / state

ଶିମିଳିପାଳରେ ପୁଣି ବର୍ଷା, ମିଳୁଛି ଆଶ୍ବସ୍ତି

ଶିମିଳିପାଳରେ ପୁଣି ବର୍ଷା ହୋଇଛି । ଫଳରେ ଅନେକ ସ୍ଥାନରେ ନିଆଁ ଲିଭିଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଶିମିଳିପାଳ
ଶିମିଳିପାଳ
author img

By

Published : Mar 12, 2021, 9:18 AM IST

ରାଇରଙ୍ଗପୁର: ଶିମିଳିପାଳରେ ଲାଗିଥିବା ନିଆଁ ପାଇଁ ବରଦାନ ସାଜୁଛି ବର୍ଷା । ଗୁରୁବାର ପୁଣି ଥରେ ବର୍ଷା ହେବା ଫଳରେ ମିଳୁଛି ଆଶ୍ବସ୍ତି । ବର୍ଷା କାରଣରୁ ଅନେକ ଅଞ୍ଚଳରେ ନିଆଁ ଲିଭିଯାଇଥିବା କୁହାଯାଉଛି ।

ଶିମିଳିପାଳ

ଗତ ଦୁଇ ସପ୍ତାହ ଧରି ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ବନବିଭାଗ ଓ ଅଗ୍ନିଶମ ବିଭାଗ ଆୟତ୍ତ କରି ପାରୁନଥିବା ବେଳେ ପ୍ରକୃତି ରାଣୀ ବର୍ଷା ଦେଇ ଏହାକୁ ଆୟତ୍ତକୁ ଆଣୁଛି । ଗୁରୁବାର ମଧ୍ୟ ଶିମିଳିପାଳ ଅଭୟାରଣ୍ୟର କିଛି ସ୍ଥାନରେ ସ୍ବଳ୍ପ ଓ ମଧ୍ୟମ ଧରଣର ବର୍ଷା ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି ବରେହିପାଣି, ଚହଲା, ନଅଣା, ଗୁଡୁଗୁଡିଆ, ତାଳବନ୍ଧ, ଯଶୀପୁର, ମଣଦା ଆଦି ରେଞ୍ଜ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.